ରାଜ୍ୟ

Crime news: ପ୍ରେମ, ଗର୍ଭପାତ ପରେ ବିବାହକୁ ମନା, ବ୍ଲାକ୍‌ମେଲିଂ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର,୧୩/୧୦:  ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ  ଦୁଷ୍କର୍ମ କରିବା ଅଭିଯୋଗରେ ମହିଳା  ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ  କରିଛି । ଯୁବକଙ୍କ ପରିଚୟ ପୁଲିସ୍‌ ଗୁପ୍ତ  ରଖିଛି ।

୨୦୨୩ ମସିହାରେ ଯୁବତୀଙ୍କ  ସହ ଯୁବକଙ୍କ ସୋସିଆଲ ମିଡିଆରେ  ପରିଚୟ ହୋଇଥିଲା । ଉଭୟଙ୍କ  ମଧ୍ୟରେ ପ୍ରେମ ହୋଇଥିଲା । ବିବାହର  ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ  ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଗର୍ଭବତୀ ହୋଇଥିଲେ । ଯୁବକ  କହିଥିଲେ ଗର୍ଭନଷ୍ଟ କଲେ ବାହା  ହେବେ । ଯୁବତୀ ରାଜି ହୋଇଥିଲେ ।  ଗର୍ଭନଷ୍ଟ କରିବା ପରେ ସେ ବାହା  ହେବାକୁ ମନା କରି ଦେଇଥିଲେ । ଯୁବତୀ ଜଣଙ୍କ ଜିଦ କରିବାକୁ ଯୁବକ  ତାଙ୍କୁ ବ୍ଲାକ୍‌ ମେଲିଂ କରିଥିଲେ । ଏନେଇ  ଯୁବତୀ  ଥାନାରେ ଏତଲା ଦେଇଥିଲେ ।  ରବିବାର ରାତିରେ ପୁଲିସ୍‌ ଯୁବକଙ୍କୁ  ଗିରଫ କରିଥିଲା । ସୋମବାର ତାକୁ କୋର୍ଟ  ଚାଲାଣ କରାଯାଇଛି ।

​​​​​​​

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button