ରାଜ୍ୟ
Crime news: ପ୍ରେମ, ଗର୍ଭପାତ ପରେ ବିବାହକୁ ମନା, ବ୍ଲାକ୍ମେଲିଂ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର,୧୩/୧୦: ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକଙ୍କ ପରିଚୟ ପୁଲିସ୍ ଗୁପ୍ତ ରଖିଛି ।
୨୦୨୩ ମସିହାରେ ଯୁବତୀଙ୍କ ସହ ଯୁବକଙ୍କ ସୋସିଆଲ ମିଡିଆରେ ପରିଚୟ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଗର୍ଭବତୀ ହୋଇଥିଲେ । ଯୁବକ କହିଥିଲେ ଗର୍ଭନଷ୍ଟ କଲେ ବାହା ହେବେ । ଯୁବତୀ ରାଜି ହୋଇଥିଲେ । ଗର୍ଭନଷ୍ଟ କରିବା ପରେ ସେ ବାହା ହେବାକୁ ମନା କରି ଦେଇଥିଲେ । ଯୁବତୀ ଜଣଙ୍କ ଜିଦ କରିବାକୁ ଯୁବକ ତାଙ୍କୁ ବ୍ଲାକ୍ ମେଲିଂ କରିଥିଲେ । ଏନେଇ ଯୁବତୀ ଥାନାରେ ଏତଲା ଦେଇଥିଲେ । ରବିବାର ରାତିରେ ପୁଲିସ୍ ଯୁବକଙ୍କୁ ଗିରଫ କରିଥିଲା । ସୋମବାର ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୌଜନ୍ୟ ପ୍ରମେୟ




