ରାଜ୍ୟ

Rape victim Passes Away: କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଲେ ଦୁଷ୍କର୍ମ ପୀଡ଼ିତା, ଟ୍ରମା କେୟାରରେ ଚିକିତ୍ସିତ ହେଉଥିଲେ ବିଧବା

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା ଗତକାଲି ରାତିରେ କଟକ ବଡ଼ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ତେଲକୋଇ: କେନ୍ଦୁଝରଜିଲ୍ଲା ତେଲକୋଇ ଅଞ୍ଚଳର ଜଣେ ଦୁଷ୍କର୍ମପୀଡ଼ିତାଗତକାଲି ରାତିରେ କଟକ ବଡ଼ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଦୁଷ୍କର୍ମ ମାମଲା ରୁଜୁ

ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖ ବେଣା ସାପ୍ତାହିକ ହାଟରୁ ପୀଡ଼ିତା ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ପଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଟେଣ୍ଟେଇନାଳୀ ଗ୍ରାମର ଦାଶରଥି ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା ନେଇ ଗତକାଲି ତେଲକୋଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୬୪/୨୬ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାକୁ ଗତକାଲି କଟକ ବଡ଼ ଡାକ୍ତରଖାନାକୁ ଯାଇଥିଲା।

ପୀଡ଼ିତାଙ୍କୁ ମୁମୁର୍ଷ ଅବସ୍ଥାରେ ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ନିଆଯାଇଥିଲା। ସେଠାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କଟକସ୍ଥିତ ଏସସିବି ଡାକ୍ତରଖାନା ଟ୍ରମା କେୟାରରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button