ରାଜ୍ୟ

Elephant Attacks: ପୁଣି ହାତୀ ଆକ୍ରମଣରେ ଯୁବକ ମୃତ୍ୟୁ, ପନ୍ଦର ଦିନରେ ନେଲାଣି ତିନି ଜୀବନ

ମୟୂରଝାଲିଆ କାମଙ୍ଗୁରୁ ରାସ୍ତା କଲେଜ ପରେ ପରେ ମଟର ସାଇକେଲ ପଛରେ ବସି ଯାଉଥିବା ବେଳେ ନଭେମ୍ବର ପନ୍ଦର ତାରିଖ ରାତି ସାଢ଼େ ୯ଟା ସମୟରେ ଜଣେ ଯୁବକଙ୍କୁ ଭିଡ଼ି ମାରିଥିବା ଜଣାପଡିଛି। ଯୁବକ ଜଣକ ହେଉଛନ୍ତି କୁସୁମୀ ରାଉତପଡ଼ା ଗ୍ରାମର ସୁଦାମ ମୁଦୁଲିଙ୍କ ପୁଅ ସନ୍ତୋଷ ମୁଦୁଲି (୨୮)।

ରଣପୁର(ବିଶ୍ୱରଂଜନ ଆଚାର୍ଯ୍ୟ): ନୟାଗଡ ଜିଲ୍ଲାଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରେହାତୀର ଆତଙ୍କ ଥମୁନି। ଗୋପାଳପୁର ବନପାଳ ଅଧୀନ ଗୋଠଛଡ଼ା ହାତୀ ମଣିଷ ପରେ ମଣିଷ ମାରି ଚାଲିଛି। ବନବିଭାଗ ମଣିଷ ମରା ହାତୀକୁ ଜବତ କରିବାକୁ ସକ୍ଷମ ହେଉନି। ମୟୂରଝାଲିଆ ପଞ୍ଚାୟତ ମମତାଙ୍କୁ ହାତୀ ମାରିବାର ପନ୍ଦର ଦିନ ନପୂରୁଣୁ ଜଙ୍କିଆ ପଞ୍ଚାୟତ ଓସ୍ତପଡ଼ାରେ ମଞ୍ଜୁଙ୍କୁ ଦାଣ୍ଡ ଦୁଆରୁ ଭିଡ଼ି ମାରିବା ପାଞ୍ଚ ଦିନ ପରେ ମୟୂରଝାଲିଆ କାମଙ୍ଗୁରୁ ରାସ୍ତା କଲେଜ ପରେ ପରେ ମଟର ସାଇକେଲ ପଛରେ ବସି ଯାଉଥିବା ବେଳେ ନଭେମ୍ବର ପନ୍ଦର ତାରିଖ ରାତି ସାଢ଼େ ୯ଟା ସମୟରେ ଜଣେ ଯୁବକଙ୍କୁ ଭିଡ଼ି ମାରିଥିବା ଜଣାପଡିଛି। ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁସୁମୀ ରାଉତପଡ଼ା ଗ୍ରାମର ସୁଦାମ ମୁଦୁଲିଙ୍କ ପୁଅ ସନ୍ତୋଷ ମୁଦୁଲି (୨୮)।

ବନବିଭାଗର ନିଷ୍କ୍ରିୟତାକୁ ଦାୟୀ କରୁଛନ୍ତି ଜନସାଧାରଣ

ସନ୍ତୋଷ ଜଣେ ବ୍ୟକ୍ତିଙ୍କ ମଟର ସାଇକେଲ ପଛରେ ବସି ଯାଉଥିବା ବେଳେ ମଣିଷମରା ହାତୀ ତାଙ୍କୁ ଭିଡ଼ି ମାରଥିଲା। ମଟର ସାଇକେଲ ଆରୋହୀ ଯାଇ କମାଙ୍ଗୁରରେ ଜଣାଇବା ପରେ ସ୍ଥାନୀୟ ଲୋକମାନେ ଆସି ସନ୍ତୋଷଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଣିଷମରା ହାତୀ ଭୟରେ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରୁନଥିବା ବେଳେ ବନବିଭାଗର ନିଷ୍କ୍ରିୟତାକୁ ଦାୟୀ କରୁଛନ୍ତି ଜନସାଧାରଣ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button