ରାଜ୍ୟ

ICC Chairman: ଦ୍ବିତୀୟ ଥର ଆଇସିସି ବସ୍‌ ରହିଲେ ଜୟ ଶାହ… ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ, କହିଲେ ବଡ଼ କଥା

ନୂଆଦିଲ୍ଲୀ,୧୬/୧୧; ଭାରତୀୟଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ୍ ପାଇଁ ବଡ଼ ଖବର । ଜୟ ଶାହଙ୍କୁ ପୁଣି ଆଇସିସି କମାଣ ମିଳିଛି । ଦ୍ବିତୀୟ ଥର ଆଇସିସି ଚେୟାରମ୍ୟାନ ରହିଛନ୍ତି ଜୟ ଶାହ । ଚେୟାରମ୍ୟାନ ପଦ ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ନିର୍ଦ୍ଦେଶକମାନଙ୍କ ବୋର୍ଡ ମିଟିଂରେ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତି ହୋଇଛି । ଦ୍ବିତୀୟ ଥର ଚେୟାରମ୍ୟାନସିପ ପରେ ବୋକୁ ଧନ୍ୟବାଦ ଦେବା ସହିତ ସେ କହିଛନ୍ତି, ” ଦୁନିକିଆରେ କ୍ରିକେଟକୁ ଆଗକୁ ନେବା ପ୍ରଥମ ଟାର୍ଗେଟ୍ ରହିବ । ଭରସା କରି ଥିବାରୁ ସମସ୍ତ ନିର୍ଦ୍ଦେଶକମାନଙ୍କୁ ଧନ୍ୟବାଦ ।”

ଲଗାତର ଦ୍ୱିତୀୟ ଥର ପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲର ଚେୟାରମ୍ୟାନ ହୋଇଛନ୍ତି ଜୟ ଶାହ । ୨୦୨୪ ଅଗଷ୍ଟରେ ପ୍ରଥମ ତର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦରେ ଅଧ୍ୟକ୍ଷ ହୋଇଥିରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ । ବାଲିରେ ହୋଇଥିବା ବୈଠକରେ ଶାହଙ୍କୁ ସର୍ବସମ୍ମତି କ୍ରମେ ଦ୍ୱିତୀୟ ଥର ଚେୟାରମ୍ୟାନ ଚୟନ ହୋଇଛନ୍ତି । ୨୦୨୪ରେ ଜୟ ଶାହ ଗ୍ରେକ୍ ବାର୍କଲେଙ୍କ ସ୍ଥାନରେ ICC ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା । ଏବେ ପୁଣି ଥିରେ ଜୟ ଶାହ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷ ଭାବରେ ଜୟ ଶାହଙ୍କ ପୁନଃନିର୍ବାଚନ ବୋର୍ଡର ତାଙ୍କ ଉପରେ ଥିବା ବିଶ୍ୱାସକୁ ପ୍ରତିଫଳିତ କରିଛି । ତାଙ୍କ ନେତୃତ୍ୱରେ, କ୍ରିକେଟର ବିଶ୍ୱ ପ୍ରସାରକୁ ବିସ୍ତାର କରିବା ପାଇଁ ନିରନ୍ତର ପ୍ରୟାସ କରାଯାଇଛି, ଏବଂ ଶାହ ନିଜେ ମହିଳା କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ ଧ। ତାଙ୍କ ଅଧ୍ୟକ୍ଷତାରେ, ICC ଅଲିମ୍ପିକ୍ସକୁ କ୍ରିକେଟକୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଛନ୍ତି ।

ଜୟ ଶାହା ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଅନେକ ବଡ ନିଷ୍ପତ୍ତି ନେଇଥିଲେ ।  ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥି ସହିତ ବିଶ୍ୱରେ  ମହିଳା କ୍ରିକେଟର ବିକାଶ, ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଏବଂ ମହିଳା ଟୁର୍ଣ୍ଣାମେଣ୍ଟର ବ୍ୟବସାୟିକ ମୂଲ୍ୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ରାଜନୈତିକ ଆହ୍ବାନ ମଧ୍ୟରେ, ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୨୬ ଟି -୨୦ ବିଶ୍ୱକପ୍ ପରି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ସଫଳ କରିଥିଲେ । ଏଥି ସହିତ, ଏହା ଅନ୍ତର୍ଜାତୀୟ କ୍ରିକେଟ୍ ର ନିରପେକ୍ଷତା ବଜାୟ ରଖିବା ସହିତ ଉଦୀୟମାନ ସହଯୋଗୀ କ୍ରିକେଟ୍ ଦେଶଗୁଡିକ ପାଇଁ ଭିତ୍ତିଭୂମି ଏବଂ ଆର୍ଥିକ ସହାୟତାକୁ ମଜବୁତ କରିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button