ଦେଶ ବିଦେଶ

ହାଜିରାରେ ଶୀଘ୍ର କାର୍ଯ୍ୟକ୍ଷମ ହେବ ଏଏମ୍/ଏନ୍ଏସ୍ ଇଣ୍ଡିଆର ଅଟୋମୋଟିଭ୍ ଷ୍ଟିଲ୍ କମ୍ପ୍ଲେକ୍ସ

ଏହି କମ୍ପ୍ଲେକ୍ସଟି ହାଜିରାଠାରେ କୋଲ୍ଡ ରୋଲିଂ, ଆନିଲିଂ ଏବଂ ଆବରଣ ପ୍ରକ୍ରିୟାକୁ ଏକତ୍ରିତ କରିବ । ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଏଠାରେ ୧,୧୮୦ ଏମପିଏ ପର୍ଯ୍ୟନ୍ତ ଟେନସାଇଲ୍‌ ଦୃଢ଼ତା ବିଶିଷ୍ଟ ‘ଆଡଭାନ୍ସଡ୍ ହାଇ-ଷ୍ଟ୍ରେନ୍ଥ ଷ୍ଟିଲ୍’ ସହିତ ଗାଲଭାନାଇଜଡ୍ (ଜିଆଇ), ଗାଲଭାନିଲ୍ଡ (ଜିଏ) ଏବଂ ପ୍ରେସ୍-ହାର୍ଡେନ୍ଡ ଷ୍ଟିଲ୍ (ପିଏଚଏସ୍) ଗ୍ରେଡର ଇସ୍ପାତ ଉତ୍ପାଦନ କରାଯାଇପାରିବ ।

ଭୁବନେଶ୍ୱର : ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଗୁଜରାଟର ହାଜିରାଠାରେ ଏହାର ସମନ୍ୱିତ ଅଟୋମୋଟିଭ୍ ଷ୍ଟିଲ କମ୍ପ୍ଲେକ୍ସ ଅତି ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି କମ୍ପ୍ଲେକ୍ସ ଉଚ୍ଚ-ଶକ୍ତି ଏବଂ ଆବରଣଯୁକ୍ତ ଷ୍ଟିଲର ଘରୋଇ ଉପଲବ୍ଧତାକୁ ସମ୍ପ୍ରସାରିତ କରିବ, ଯାହା ଭାରତୀୟ ଅଟୋ ନିର୍ମାତାମାନଙ୍କୁ ସ୍ୱତନ୍ତ୍ର ଗ୍ରେଡ୍ ଷ୍ଟିଲ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟତା କରିବ ।

ଏହି କମ୍ପ୍ଲେକ୍ସଟି ହାଜିରାଠାରେ କୋଲ୍ଡ ରୋଲିଂ, ଆନିଲିଂ ଏବଂ ଆବରଣ ପ୍ରକ୍ରିୟାକୁ ଏକତ୍ରିତ କରିବ । ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଏଠାରେ ୧,୧୮୦ ଏମପିଏ ପର୍ଯ୍ୟନ୍ତ ଟେନସାଇଲ୍‌ ଦୃଢ଼ତା ବିଶିଷ୍ଟ ‘ଆଡଭାନ୍ସଡ୍ ହାଇ-ଷ୍ଟ୍ରେନ୍ଥ ଷ୍ଟିଲ୍’ ସହିତ ଗାଲଭାନାଇଜଡ୍ (ଜିଆଇ), ଗାଲଭାନିଲ୍ଡ (ଜିଏ) ଏବଂ ପ୍ରେସ୍-ହାର୍ଡେନ୍ଡ ଷ୍ଟିଲ୍ (ପିଏଚଏସ୍) ଗ୍ରେଡର ଇସ୍ପାତ ଉତ୍ପାଦନ କରାଯାଇପାରିବ ।

କମ୍ପାନିର ବିକ୍ରୟ ଓ ବିପଣନ ବିଭାଗ ନିର୍ଦ୍ଦେଶକ ତଥା ଉପସଭାପତି ରଞ୍ଜନ ଧର କହିଛନ୍ତି, ହାଜିରାସ୍ଥିତ ଅଟୋମୋଟିଭ ଷ୍ଟିଲ କମ୍ପ୍ଲେକ୍ସ ଭାରତୀୟ ଅଟୋମୋବାଇଲ୍‌ ନିର୍ମାତାମାନଙ୍କୁ ସ୍ୱତନ୍ତ୍ର ଗ୍ରେଡ୍‌ର ଇସ୍ପାତ ପାଇଁ ଘରୋଇ ଯୋଗାଣ ସୁବିଧା ପ୍ରଦାନ କରିବ, ଯାହା ପାଇଁ ସେମାନଙ୍କୁ ପୂର୍ବରୁ ଆମଦାନୀ ଉପରେ ନିର୍ଭର ରହିବାକୁ ପଡୁଥିଲା । ସାନନ୍ଦଠାରେ ଆଗାମୀ ଷ୍ଟିଲ୍‌ ସର୍ଭିସ ସେଣ୍ଟର ମାଧ୍ୟମରେ ଆମେ ଗ୍ରାହକମାନଙ୍କ ନିକଟରେ ଉନ୍ନତ ଓ ସଠିକ୍‌ ପ୍ରକ୍ରିୟାକରଣ ସେବା ଉପଲବ୍ଧ କରାଇବୁ । ଏହି ନିବେଶଗୁଡ଼ିକ ମିଳିତଭାବେ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ କରିବା ସହିତ ଭାରତର ଅଟୋମୋଟିଭ ଯୋଗାଣ ଶୃଙ୍ଖଳକୁ ଆହୁରି ସୁଦୃଢ଼ କରିବ ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button