Train: ୨୦ ତାରିଖରେ ୪୧ ଟ୍ରେନ୍ ବାତିଲ
ବାତ୍ୟା ‘ଅକ୍ଭାନ୍’କୁ ଦୃଷ୍ଟିରେ ରଖି ଶୁକ୍ରବାର ଚଳାଚଳ କରିବାକୁ ଥିବା ୪୧ଟି ଟ୍ରେନ୍କୁ ବାତିଲ୍ କରାଯାଇଛି। ଏଥିସହ ୨୮ଟି ଟ୍ରେନ୍ ସେବାର ସମୟ ପୁନଃନିର୍ଦ୍ଧାରିତ ହୋଇଛି।

ଭୁବନେଶ୍ବର: ବାତ୍ୟା ‘ଅକ୍ଭାନ୍’କୁ ଦୃଷ୍ଟିରେ ରଖି ଶୁକ୍ରବାର ଚଳାଚଳ କରିବାକୁ ଥିବା ୪୧ଟି ଟ୍ରେନ୍କୁ ବାତିଲ୍ କରାଯାଇଛି। ଏଥିସହ ୨୮ଟି ଟ୍ରେନ୍ ସେବାର ସମୟ ପୁନଃନିର୍ଦ୍ଧାରିତ ହୋଇଛି। ପରିସ୍ଥିତିକୁ ନଜରରେ ରଖି ଆଉ ଟ୍ରେନ୍ ବାତିଲ୍ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
୨୦ ତାରିଖରେ ବାତିଲ୍ ହୋଇଥିବା ପ୍ରମୁଖ ଟ୍ରେନ୍ଗୁଡ଼ିକ ମଧ୍ୟରେ ପଲାସା-କଟକ-ପଲାସା ପାସେଞ୍ଜର, କଟକ-ଗୁଣୁପୁର-କଟକ ମେମୁ, ପଲାସା-ଭୁବନେଶ୍ବର-ପଲାସା ମେମୁ, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ବନ୍ଦେ ଭାରତ ଓ ଇଣ୍ଟରସିଟି, ସାଲିମାର-ପୁରୀ ଏକ୍ସପ୍ରେସ୍, ପୁରୀ-ଯଶବନ୍ତପୁର-ପୁରୀ ଗରିବ ରଥ, ଖୋର୍ଦ୍ଧାରୋଡ-ପୁରୀ-ଖୋର୍ଦ୍ଧାରୋଡ ମେମୁ, ଦଶପଲ୍ଲା-ପୁରୀ-ଦଶପଲ୍ଲା ମେମୁ, ଅନୁଗୋଳ-ପୁରୀ-ଅନୁଗୋଳ ମେମୁ, ତାଳଚେର-ପୁରୀ-ତାଳଚେର ମେମୁ ରହିଛି। ସେହିପରି ବାଙ୍ଗିରିପୋଷି-ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ୍, ଜଳେଶ୍ବର-ପୁରୀ-ଜଳେଶ୍ବର ମେମୁ, ହାୱଡା-ପୁରୀ-ହାୱଡା ବନ୍ଦେ ଭାରତ, ଟାଟାନଗର-ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ, ପୁରୀ-ଖୋର୍ଦ୍ଧାରୋଡ-ପୁରୀ ମେମୁ, ପୁରୀ-ଗୁଣୁପୁର-ପୁରୀ ମେମୁ, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ମେମୁ ବାତିଲ୍ ରହିବ। ବିଶାଖାପାଟଣା-ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଓ ଭଞ୍ଜପୁର-ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍ ଯଥାକ୍ରମେ ୧୯ ଓ ୨୦ ତାରିଖରେ ବାତିଲ୍ ହୋଇଛି।
ସୌଜନ୍ୟ ସମ୍ବାଦ




