ଜିଲ୍ଲା

Cyclone Breaking: ବାତ୍ୟା ‘ଅକ୍‌ଭାନ’ ପାଇଁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା,୨୦/୧୧: ବତ୍ୟା ‘ଅକ୍‌ଭାନ’  ପାଇଁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ  ପାଇଁ ଦୁଇ ଦିନ ବନ୍ଦ ରହିବ । ମୟୂରଭଞ୍ଜ  ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୨୦ ଓ  ୨୧ ତାରିଖ ଶିମିଳିପାଳ ବନ୍ଦ ରହିବ ବୋଲି  ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ  (ଆରସିସିଏଫ୍‌) ଡ. ପ୍ରକାଶ ଚାନ୍ଦ ଗୋଗିନେନି  ସୂଚନା ଦେଇଛନ୍ତି ।

ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଦୁଇ  ଦିନ ଧରି ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକଙ୍କ  ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।  ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ  ଡିଏଫଓଙ୍କୁ ନିଷ୍ପତ୍ତି କାର୍ଯ୍ୟକାରୀ ଲାଗି ଆବଶ୍ୟକ  ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button