ରାଜ୍ୟ
Accident: ଅଜଣା ଗାଡ଼ି ଧକ୍କାରେ ଶିଶୁକନ୍ୟା ମୃତ, ବାପା-ମା’ ଗୁରୁତର
ଆଜି ସନ୍ଧ୍ୟା ୮ଟା ବେଳେ କଟକ ଜିଲ୍ଲା ବାଙ୍କୀ-ତ୍ରିଶୂଳିଆ ମୁଖ୍ୟରାସ୍ତାର ପାଟପୁର ନିକଟରେ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ବର୍ଷ ବୟସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ନାବାଳିକର ମା' ଓ ବାପା ଗୁରୁତର ହେଉଛନ୍ତି।

ବାରଙ୍ଗ: ଆଜି ସନ୍ଧ୍ୟା ୮ଟା ବେଳେ କଟକଜିଲ୍ଲା ବାଙ୍କୀ-ତ୍ରିଶୂଳିଆ ମୁଖ୍ୟରାସ୍ତାର ପାଟପୁର ନିକଟରେ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ବର୍ଷ ବୟସର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ନାବାଳିକର ମା’ ଓ ବାପା ଗୁରୁତର ହେଉଛନ୍ତି। ମୃତାହତଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଶିଶୁକନ୍ୟା ଏବଂ ସ୍ତ୍ରୀଙ୍କୁ ବାଇକ୍ରେ ଧରି ତାର ବାପା ଓ ମା’ ବାଇକ୍ ଯୋଗେ ତ୍ରିଶୂଳିଆ ଛକ ଆଡକୁ ଆସୁଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ବାଳିକା ଜଣକ ତଳକୁ ଛିତିକି ପଡିଯିବା ପରେ ଗାଡ଼ି ଚଢ଼ିଯିବାରୁ ମୃତ୍ୟୁ ଘଟିଥିଲା। ବାପା ଓ ମା’ଙ୍କ ମୁଣ୍ଡ ଓ ମୁହଁ କ୍ଷତ ବିକ୍ଷତ ହୋଇ ଗୁରୁତର ହୋଇଛନ୍ତିି। ସ୍ଥାନୀୟ ଲୋକ ଗୁରୁର ବାପା ଏବଂ ମା’ଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣାସ୍ଥଳରେ ଭିଡ଼ ଜମିଥିବରୁ ବାରଙ୍ଗ ଥାନା ପୁଲିସ ପହଞ୍ଚି ବୁଝାସୁଝା କରିବା ସହ ସ୍ଥିତି ଅନୁଧ୍ୟାନ କରୁଛି।
ସୌଜନ୍ୟ ସମ୍ବାଦ




