ଦେଶ ବିଦେଶ

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

ହରିୟାଣାର କର୍ଣ୍ଣାଲରୁ ରାଜସ୍ଥାନର ଗୋଗାମେଡିକୁ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କ୍ୟାଣ୍ଟର ଟ୍ରକ୍ କର୍ଣ୍ଣାଲଠାରେ ଏକ ଉଚ୍ଚ-ଭୋଲଟେଜ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଜଣେ ଶ୍ରଦ୍ଧାଳୁଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ‌ହୋଇଥିବାବେଳେ...

ଚଣ୍ଡୀଗଡ଼: ହରିୟାଣାର କର୍ଣ୍ଣାଲରୁ ରାଜସ୍ଥାନର ଗୋଗାମେଡିକୁ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କ୍ୟାଣ୍ଟର ଟ୍ରକ୍ କର୍ଣ୍ଣାଲଠାରେ ଏକ ଉଚ୍ଚ-ଭୋଲଟେଜ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଜଣେ ଶ୍ରଦ୍ଧାଳୁଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ‌ହୋଇଥିବାବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା।

କ୍ୟାଣ୍ଟରଟି ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବାରୁ କିଛି ଲୋକ ପୋଡ଼ି ହୋଇ ଗୁରୁତର ହୋଇଥିବାବେଳେ ଅନ୍ୟ କିଛି ଆହତଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ ଆଘାତ‌ରେ ମୃତ୍ୟୁ ହୋଇଛି। ଶ୍ରଦ୍ଧାଳୁଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ସାହାଯ୍ୟ କରିବାକୁ ଆସିଥିଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, କ୍ୟାଣ୍ଟର ଉପରେ ଥିବା ଏକ ଅତିରିକ୍ତ ଫ୍ରେମରେ ଏକ ଧାତବ ପାଇପ୍ ଲଗାଯାଇଥିଲା ଯାହା ହାଇ-ଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏତେ ବଡ଼ ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ କର୍ଣ୍ଣାଲ ଓ ପାନିପତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button