ଦେଶ ବିଦେଶ

America: ଆମେରିକାରେ ଶିଖ୍‌ ଓ ହିନ୍ଦୁ ବିରୋଧୀ ଘୃଣା ହିଂସା ବଢ଼ୁଛି

ଆମେରିକାରେ ରହୁଥିବା ଶିଖ୍‌ ଏବଂ ହିନ୍ଦୁ ସମ୍ପ୍ରଦାୟର ଲୋକେ କ୍ରମାଗତ ଭାବେ ଅଧିକ ବିଦ୍ୱେଷମୂଳକ ତଥା ଘୃଣା ଅପରାଧର ସାମ୍ନା କରୁଛନ୍ତି। ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ (ଏଫ୍‌ବିଆଇ) ତଥ୍ୟ ଅନୁଯାୟୀ, ଆମେରିକାରେ ଶିଖ୍‌ ବିରୋଧୀ ଅପରାଧ ମାମଲା ୨୪.୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ହିନ୍ଦୁ ବିରୋଧୀ ହିଂସା ମାମଲା ମଧ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇଛି।

ଚଣ୍ଡୀଗଡ଼: ଆମେରିକାରେ ରହୁଥିବା ଶିଖ୍‌ ଏବଂହିନ୍ଦୁସମ୍ପ୍ରଦାୟର ଲୋକେ କ୍ରମାଗତ ଭାବେ ଅଧିକ ବିଦ୍ୱେଷମୂଳକ ତଥା ଘୃଣା ଅପରାଧର ସାମ୍ନା କରୁଛନ୍ତି। ଫେଡେରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ (ଏଫ୍‌ବିଆଇ) ତଥ୍ୟ ଅନୁଯାୟୀ, ଆମେରିକାରେ ଶିଖ୍‌ ବିରୋଧୀ ଅପରାଧ ମାମଲା ୨୪.୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ହିନ୍ଦୁ ବିରୋଧୀ ହିଂସା ମାମଲା ମଧ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇଛି। ଏସୀୟ ଆମେରିକୀୟ ଆଡଭାନ୍ସିଂ ଜଷ୍ଟିସ (ଏଏଜେସି) ଏବଂ ଶିଖ୍‌ ସଂଗଠନ ‘ଶିଖ୍‌ କୋଆଲିସନ’ ପକ୍ଷରୁ ଏହି ତଥ୍ୟର ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଛି ଯେ, ରାଜ୍ୟରେ ପ୍ରବାସୀ ବିରୋଧୀ ବକ୍ତବ୍ୟ ବଢ଼ିବାରେ ଲାଗିଛି ଏବଂ ଶିଖ୍‌ ତଥା ପଞ୍ଜାବୀ ଟ୍ରକ୍ ଚାଳକମାନଙ୍କୁ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୨୪ ମସିହାରେ ଶିଖ୍‌ ବିରୋଧୀ ଅପରାଧ ମାମଲା ୧୪୨ ଥିବା ବେଳେ ୨୦୨୫ ମସିହାରେ ଏହା ୧୭୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ, ହିନ୍ଦୁ ବିରୋଧୀ ଅପରାଧ ମାମଲା ମଧ୍ୟ ୨୦୨୪ ମସିହାରେ ୨୫ ଥିବା ବେଳେ ୨୦୨୫ ମସିହାରେ ଏହା ୨୮କୁ ବୃଦ୍ଧି ପାଇଛି। ଏହା ସହିତ ବୌଦ୍ଧ ସମ୍ପ୍ରଦାୟ ବିରୋଧୀ ଅପରାଧ ମଧ୍ୟ ୭.୭ ପ୍ରତିଶତ ବୃଦ୍ଧି ପାଇ ୨୦୨୪ର ୨୬ ମାମଲାରୁ ୨୦୨୫ ମସିହାରେ ୨୮ରେ ପହଞ୍ଚିଛି। ଏସୀୟ ଆମେରିକୀୟ ସମୁଦାୟ ପାଇଁ ବିଭିନ୍ନ କ୍ଷେତ୍ରରେ ବିପଦ ବଢ଼ୁଥିବାରୁ ଏହାକୁ ନେଇ ନାଗରିକ ସଂଗଠନଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏହି ତଥ୍ୟ କେବଳ ପ୍ରକୃତ ଘଟଣାର ଏକ ସ୍ୱଳ୍ପ ଅଂଶ ମାତ୍ର ଅଟେ, କାରଣ ପୀଡ଼ିତ ଏବଂ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଅନେକ ମାମଲାର ରିପୋର୍ଟ କରାଯାଇ ନାହିଁ। ଆମେରିକାରେ ବଢ଼ୁଥିବା ପ୍ରବାସୀ ବିରୋଧୀ ରାଜନୀତି ଏବଂ ବକ୍ତବ୍ୟ ଯୋଗୁଁ ଏସୀୟ, ଦକ୍ଷିଣ ଏସୀୟ, ମୁସଲିମ ଏବଂ ଶିଖ୍‌ ବିରୋଧୀ ମନୋଭାବ ବୃଦ୍ଧି ପାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button