Arrested: ବେଙ୍ଗାଲୁରୁରେ ଜିମ୍ ଟ୍ରେନରଙ୍କୁ ନିର୍ମମ ହତ୍ୟା: ବନ୍ଧୁମାନେ ନେଲେ ଜୀବନ, ୪ ଅଭିଯୁକ୍ତ ଗିରଫ
ବେଙ୍ଗାଲୁରୁର ହେବ୍ବାଲ ନିକଟସ୍ଥ କେମ୍ପାପୁର ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଜିମ୍ ଟ୍ରେନରଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାମ ନନ୍ଦନ ବୋଲି ଜଣାପଡ଼ିଛି। ଜିମ୍ର ପ୍ରଥମ ବାର୍ଷିକୋତ୍ସବ ପାର୍ଟି ଶେଷ ହେବା ପରେ ଏହି ସାଂଘାତିକ କାଣ୍ଡ ଘଟିଛି।

ବେଙ୍ଗାଲୁରୁ: ବେଙ୍ଗାଲୁରୁର ହେବ୍ବାଲ ନିକଟସ୍ଥ କେମ୍ପାପୁର ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଜିମ୍ ଟ୍ରେନରଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାମ ନନ୍ଦନ ବୋଲି ଜଣାପଡ଼ିଛି। ଜିମ୍ର ପ୍ରଥମ ବାର୍ଷିକୋତ୍ସବ ପାର୍ଟି ଶେଷ ହେବା ପରେ ଏହି ସାଂଘାତିକ କାଣ୍ଡ ଘଟିଛି। ଏହି ଘଟଣାରେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଜିମ୍ର ବାର୍ଷିକୋତ୍ସବ ପାର୍ଟି ଚାଲିଥିଲା। ପାର୍ଟି ଶେଷ ହେବା ପରେ ନନ୍ଦନ ଜିମ୍ରେ ପ୍ରଶିକ୍ଷଣ ନେଉଥିବା ଅନୁଷ ନାମକ ଜଣେ ପରିଚିତ ବ୍ୟକ୍ତିଙ୍କ ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ଅନ୍ୟ ତିନିଜଣ ଜିମ୍ ଟ୍ରେନର— ଶରଥ, ନିଶାନ୍ତ ଏବଂ ବିଶ୍ୱନାଥଙ୍କ ସହ କୌଣସି କାରଣକୁ ନେଇ ନନ୍ଦନଙ୍କର ବାକ୍ଯୁଦ୍ଧ ଓ ପରେ ସଂଘର୍ଷ ହୋଇଥିଲା। ଏହି ଆକ୍ରମଣରେ ନନ୍ଦନ ଗୁରୁତର ଭାବେ ଆହତ ହୋଇଥିଲେ।
ଆହତ ଅବସ୍ଥାରେ ନନ୍ଦନଙ୍କୁ ହେବ୍ବାଲର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ନନ୍ଦନଙ୍କ ଶରୀରରେଗୁରୁତର ଆଘାତର ଚିହ୍ନ ରହିଥିବା ପୋଲିସ ଦର୍ଶାଇଛି।
ସୌଜନ୍ୟ ସମ୍ବାଦ




