ଜାତୀୟ

Assam floods : ଆସାମ ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ପଠାଇଲେ ଭାଇଜାନ୍ ,ବିଙ୍ଗ୍ ହ୍ୟୁମାନ୍ ଜରିଆରେ ଦେଲେ ସହୟତା

ବନ୍ୟା ପୀଡିତଙ୍କୁ ରିଲିଫ୍ ପଠେଇଲେ ଅଭିନେତା ସଲମାନ ଖାନ୍ । ବିଙ୍ଗ୍ ହ୍ୟୁମାନ୍ ଜରିଆରେ ଏହି ସହାୟତା ଲୋକଙ୍କ ପାଖରେ ପହଞ୍ଚୁଛି ।ସଲମାନଙ୍କ ଟିମ୍ ଆସାମର କ୍ଷତିଗ୍ରସ୍ତ ସ୍କୁଲ ଓ ହସ୍ପିଟାଲ ଭଳି ଜରୁରି ସୁବିଧାର ପୁନଃନର୍ମାଣରେ ମଧ୍ୟ ସାହାଯ୍ୟ କରିବ ।

ନୂଆଦିଲ୍ଲୀ,୨୯ \୭ : ବନ୍ୟା ପୀଡିତଙ୍କୁ ରିଲିଫ୍ ପଠେଇଲେ ଅଭିନେତା ସଲମାନ ଖାନ୍ । ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ବ୍ୟାପକ ଧନ-ଜୀବନ କ୍ଷତି ହୋଇଛି । ପୀଡ଼ିତଙ୍କୁ ଉପଷମ ସାମଗ୍ରୀ ପହଞ୍ଚାଇବାକୁ ବିଭିନ୍ନ ସ୍ଥାନରୁ ସାହାଯ୍ୟ ଆସୁଛି । ଏଥିରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ବି ସାମିଲ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ସଲମାନ ଆସାମର ଏକ ଫ୍ୟାନ୍ କ୍ଲବ୍ ସହ ଯୋଡ଼ି ହୋଇଛନ୍ତି । ଏହା ସହ ମିଶି ସେ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ପଠାଇଛନ୍ତି । ତାଙ୍କ ଏନ୍ଜିଓ ,ବିଙ୍ଗ୍ ହ୍ୟୁମାନ୍ ଜରିଆରେ ଏହି ସହାୟତା ଲୋକଙ୍କ ପାଖରେ ପହଞ୍ଚୁଛି । ରେଡି-ଟୁ-ଇଟ୍ ଫୁଡ୍ ପ୍ୟାକେଟ୍ ବଣ୍ଟନ ସହିତ ଏହି ପ୍ରୟାସ ଆରମ୍ଭ ହୋଇଛି । ଏଥିରେ ବିସ୍କୁଟ, ଗୁଡ଼, ମୁଢ଼ି, ବ୍ରେଡ୍ ଭଳି ସାମଗ୍ରୀ ରହିଛି । ଖାଦ୍ୟ ସମେତ ପୀଡ଼ିତଙ୍କୁ ଔଷଧ, ପିଇବା ପାଣି, ସାନିଟାରୀ ପ୍ୟାଡ୍ ଓ ମଶାମରା ଔଷଧ ଦିଆଯାଇଛି ।

ଆଗାମୀ ଦିନରେ ରାସନ ମଧ୍ୟ ବଣ୍ଟାଯିବ । ଏଥିସହ ସଲମାନଙ୍କ ଟିମ୍ ଆସାମର କ୍ଷତିଗ୍ରସ୍ତ ସ୍କୁଲ ଓ ହସ୍ପିଟାଲ ଭଳି ଜରୁରି ସୁବିଧାର ପୁନଃନର୍ମାଣରେ ମଧ୍ୟ ସାହାଯ୍ୟ କରିବ । ଗତ ବର୍ଷ ପଞ୍ଜାବର ଅନେକ ସ୍ଥାନରେ ଭୀଷଣ ବର୍ଷା ଯୋଗୁ ବନ୍ୟା ହୋଇଥିଲା । ଏଥିରେ ଅନେକ ଲୋକଙ୍କ ଫସଲ ଉଜୁଡ଼ି ଯାଇଥିଲା । ଏହି ବିପଦରେ ସାହାଯ୍ୟ ଲାଗି ସଲମାନ ଆଗେଇ ଆସିଥିଲେ।

ସଲମାନଙ୍କ ଏହି ଉଦାର ହୃଦୟ ପାଇଁ ସେ ଭାଇଜାନ୍ ନାମରେ ପରିଚିତ । କେବଳ ଅଭିନୟ ନୁହେଁ ଅସୁବିଧାରେ ସହଯୋଗ ପାଇଁ ଆଗେଇ ଆସୁଥିବା କାରଣରୁ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି ସଲମାନ୍ । ନିକଟରେ ଆସାମ ବନ୍ୟା ବିଭିଷିକା ଦେଖି ସେ ଇମୋସନାଲ୍ ପୋଷ୍ଟ କରିଥିଲେ । ଏବେ ସେ ନିଜେ ସାହାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button