ମନୋରଞ୍ଜନ

Birth Anniversary: ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ: ଖୋକା ଭାଇଙ୍କ ସ୍ବରାରୋପିତ ‘ଏଇ ତ ଦୁନିଆଁ’ରୁ ଆରମ୍ଭ ହୋଇଥିଲା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ଯାତ୍ରା

ଓଲିଉଡ୍‌ର ଗାୟକ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ଅକ୍ଷୟ ମହାନ୍ତିଙ୍କର ଆଜି ଇଂରାଜି ତାରିଖ ଅନୁସାରେ ଜନ୍ମଦିନ। ସେ ଓଡ଼ିଆ ସିନେଜଗତର ଅନେକ ଜଣେ ଖ୍ୟାତନାମା ପ୍ରଯୋଜକଙ୍କ ସହ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରବୀନ୍ଦ୍ର ମୋହନ ସାହୁ।

ଭୁବନେଶ୍ବର: ଓଲିଉଡ୍‌ର ଗାୟକ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ଓ ଅଭିନେତା ଅକ୍ଷୟ ମହାନ୍ତିଙ୍କର ଆଜି ଇଂରାଜି ତାରିଖ ଅନୁସାରେ ଜନ୍ମଦିନ। ସେ ଓଡ଼ିଆ ସିନେଜଗତର ଅନେକ ଜଣେ ଖ୍ୟାତନାମା ପ୍ରଯୋଜକଙ୍କ ସହ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରବୀନ୍ଦ୍ର ମୋହନ ସାହୁ। ‘ଏଇ ତ ଦୁନିଆଁ’ରୁ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ ଓଲିଉଡରେ ପାଦ ଥାପିଥିଲେ।

ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ଥିଲା ‘ଏଇ ତ ଦୁନିଆଁ’। ଶ୍ରୀବଳଦେବଜୀଉ ପ୍ରଡକସନ୍ସ ବ୍ୟାନରରେ ୧୯୮୭ରେ ମୁକ୍ତିଲାଭ କରିଥିବା ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ ମହମ୍ମଦ ମହସୀନ୍। ଏଥିରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଜିତ ଦାସ, ମିହିର ଦାସ, ମହମ୍ମଦ ମହସୀନ୍, ଅନୀତା ଦାସ, ଅପରାଜିତା, ଜୟୀ, ଦେବୁ ବୋଷ ଓ ନରି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଡାକ୍ତର ସୁବୋଧ ପଟ୍ଟନାୟକ ଏହାର ସଂଳାପ ରଚନା କରିଥିବା ବେଳେ ଚିରସବୁଜ ଅକ୍ଷୟ ମହାନ୍ତି ଥିଲେ ଏହାର ସଂଗୀତ ନିର୍ଦ୍ଦେଶକ। ଏଥିରେ ଥିବା ସମସ୍ତ ଗୀତ ଯଥା ଏଇ ତ ଦୁନିଆଁ…, ବଳଦେବଜୀଉ ସିନା ବଡ଼ ଠାକୁର.., ଛୋଟ ଛୋଟ କଥାନେଇ …, ବାଜିବାଜି ବାବାଜୀ… ବେଶ୍ ଲୋକପ୍ରିୟ ହୋଇଥିଲା। ଏଥିରେ ଗୀତ ରଚନା କରିଥିଲେ ଅକ୍ଷୟ ମହାନ୍ତି, ଶୀର୍ଷାନନ୍ଦ ଦାସକାନୁନଗୋ ଓ ଡାକ୍ତର ସୁବୋଧ ପଟ୍ଟନାୟକ।

‘ହାରୁବ୍ରହ୍ମ ମୁରାରୀ’ରେ ସଂଗୀତ ଦେଇଥିଲେ ଅକ୍ଷୟ

ଏହା ସୁପରହିଟ୍ ହେବା ପରେ ରବୀନ୍ଦ୍ର ମୋହନ ସାହୁ କ୍ରମାଗତ ଭାବେ ଓଡ଼ିଆ ସିନେମା ନିର୍ମାଣରେ ମନୋ‌ନିବେଶ କରିଥିଲେ।
‘ଏଇ ତ ଦୁନିଆଁ’ର ସଫଳତା ପରେ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କୁ ନେଇ ଆଉ ଏକ ଓଡ଼ିଆ ଛବି ନିର୍ମାଣ କରୁଥିଲେ। ଏହାର ଶୀର୍ଷକ ରଖାଯାଇଥିଲା ‘ହାରୁବ୍ରହ୍ମ ମୁରାରୀ’। ଏହାର ସଂଳାପକାର ଥିଲେ ଡାକ୍ତର ସୁବୋଧ ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି ଥିଲେ ଏହାର ସଂଗୀତ ନିର୍ଦ୍ଦେଶକ। ‘ହାରୁବ୍ରହ୍ମ ମୁରାରୀ’ ଫ୍ଲୋରକୁ ଯାଇପାରିନଥିଲା। ତାହା ଅଧାରେ ଅଟକିଥିବା ସିନେମା ତାଲିକାଭୁକ୍ତ ହୋଇଥିଲା।

ମଣି ନାଗେଶ୍ବରୀ ଓ ଶାଶୁ ହାତକଡ଼ି ଭାଉଜ ବେଡ଼ି

ତେବେ ଏହାପରେ ରବୀନ୍ଦ୍ର ମୋହନ ସାହୁ ‘ବସ୍ତ୍ରହରଣ, ପାଚେରି ଉଠିଲା ମଝି ଦୁଆରୁ, ନାଗପଞ୍ଚମୀ, ମଣି ନାଗେଶ୍ବରୀ, ଶାଶୁ ହାତକଡ଼ି ଭାଉଜ ବେଡ଼ି, କୁଳନନ୍ଦନ, ରସିକ ନାଗର ଓ ‘ଆଲୋ ମୋର କଣ୍ଢେଇ’ ଆଦି ଓଡ଼ିଆ ଛବି ନିର୍ମାଣ କରିଥିଲେ। ସେଥିମଧ୍ୟରୁ ମଣି ନାଗେଶ୍ବରୀ ଓ ଶାଶୁ ହାତକଡ଼ି ଭାଉଜ ବେଡ଼ିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ସଂଗୀତଜଗତର ବାଦଶାହା ଅକ୍ଷୟ ମହାନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button