ଦେଶ ବିଦେଶ
BSP: ବିଏସ୍ପିକୁ ଫେରିଲେ ଆକାଶ ଆନନ୍ଦ: ମାୟାବତୀ ବଡ଼ ପୁତୁରାକୁ ଜାତୀୟ ସଂଯୋଜକ ପଦବୀ ଦେଲେ
ବହୁଜନ ସମାଜ ପାର୍ଟି (ବିଏସ୍ପି) ଜାତୀୟ ସଭାପତି ମାୟାବତୀ ସୋମବାର ବଡ଼ ପୁତୁରା ଆକାଶ ଆନନ୍ଦଙ୍କୁ ପୁଣି ଥରେ ଦଳକୁ ଫେରାଇ ନେଇଛନ୍ତି ଓ ତାଙ୍କୁ ଦଳର ଜାତୀୟ ସଂଯୋଜକ ଭାବେ ପୁନଃନିଯୁକ୍ତ ଦିଆଯାଇଛି।

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି) ଜାତୀୟ ସଭାପତି ମାୟାବତୀ ସୋମବାର ବଡ଼ ପୁତୁରା ଆକାଶ ଆନନ୍ଦଙ୍କୁ ପୁଣି ଥରେ ଦଳକୁ ଫେରାଇ ନେଇଛନ୍ତି ଓ ତାଙ୍କୁ ଦଳର ଜାତୀୟ ସଂଯୋଜକ ଭାବେ ପୁନଃନିଯୁକ୍ତ ଦିଆଯାଇଛି। ‘ଏକ୍ସ’ରେ ଏକ ପୋଷ୍ଟ କରି ମାୟାବତୀ କହିଛନ୍ତି, ବହୁତ ବିଚାର ବିମର୍ଶ ପରେ ଦଳ ଓ ଆନ୍ଦୋଳନର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନନ୍ଦଙ୍କୁ ଜାତୀୟ ସଂଯୋଜକ ଭାବରେ ଦଳରେ କାମ କରିବାକୁ ଆଉ ଏକ ସୁଯୋଗ ଦେବାକୁ ବିଏସପି ନିଷ୍ପତ୍ତି ନେଇଛି।
ସୌଜନ୍ୟ ସମ୍ବାଦ




