ବିଶେଷ

Packaged Food: ହାନିକାରକ ପ୍ୟାକେଜ୍‌ଡ୍‌ ଫୁଡ୍‌… ଦୂରେଇ ରହିବେ କେମିତି?

ବର୍ତ୍ତମାନର ଯୁବପିଢ଼ି ପ୍ରକ୍ରିୟାକୃତ ଖାଦ୍ୟ ଅର୍ଥାତ୍‌ ପ୍ରୋସେସ୍‌ଡ୍‌ ଫୁଡ୍‌ ବା ପ୍ୟାକେଜ୍‌ଡ୍‌ ଫୁଡ୍‌ ଖାଇବାକୁ ପ୍ରାୟତଃ ପସନ୍ଦ କରୁଛନ୍ତି। ବଜାରରେ ଭଳିକି ଭଳି ପ୍ରକାର, ବିଭିନ୍ନ ବ୍ରାଣ୍ଡ୍‌ ଓ ଦାମ୍‌ରେ ମିଳୁଛି ଏହି ପ୍ରକ୍ରିୟାକୃତ ଖାଦ୍ୟ।

ବର୍ତ୍ତମାନର ଯୁବପିଢ଼ି ପ୍ରକ୍ରିୟାକୃତ ଖାଦ୍ୟ ଅର୍ଥାତ୍‌ ପ୍ରୋସେସ୍‌ଡ୍‌ ଫୁଡ୍‌ ବା ପ୍ୟାକେଜ୍‌ଡ୍‌ ଫୁଡ୍‌ ଖାଇବାକୁ ପ୍ରାୟତଃ ପସନ୍ଦ କରୁଛନ୍ତି। ଆଧୁନିକ ଜୀବନଶୈଳୀରେ ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି। କେତେକ ଏହାକୁ ବିଳାସପୂର୍ଣ୍ଣ ଖାଦ୍ୟ ତାଲିକାରେ ମଧ୍ୟ ଯୋଡ଼ିଛନ୍ତି। ବଜାରରେ ଭଳିକି ଭଳି ପ୍ରକାର, ବିଭିନ୍ନ ବ୍ରାଣ୍ଡ୍‌ ଓ ଦାମ୍‌ରେ ମିଳୁଛି ଏହି ପ୍ରକ୍ରିୟାକୃତ ଖାଦ୍ୟ। କମ୍‌ ସମୟ, କମ୍‌ ପରିଶ୍ରମ ଓ ଅତି ସହଜରେ ପ୍ରସ୍ତୁତ ହୋଇଯାଉଥିବା ଏହି ଖାଦ୍ୟ ଖାଇବାକୁ ସିନା ପାଟି ସୁଆଦିଆ, ହେ‌େଲ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଅଧିକ ସମୟ ସତେଜ ରଖିବାକୁ ଏଥିରେ ବିଭିନ୍ନ ପ୍ରକାର ରାସାୟନ ବ୍ୟବହାର କରାଯାଉଛି। ଏହାକୁ ଅଧିକ ଖାଇବା ଦ୍ବାରା ପାଚନତନ୍ତ୍ରରେ ସସମ୍ୟା ଦେଖା‌େଦବା ସହ ନାନା ରକମର ରୋଗ ସୃଷ୍ଟି ହୁଏ। ଏଣୁ ସମୟକୁ ବଞ୍ଚାଇବାକୁ ଯାଇ ହାନିକାରକ ରୋଗକୁ ନିମନ୍ତ୍ରଣ ଦେଉଥିବା ଏହି ପ୍ରକ୍ରିୟାକୃତ ଖାଦ୍ୟଠାରୁ ଦୂରେଇ ରହିବାକୁ ଯୁବପିଢ଼ିଙ୍କୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏଣୁ ଆଜିର ସମୟରେ ପ୍ୟାକେଜ୍‌ଡ୍‌ ଫୁଡ୍‌କୁ ଛାଡ଼ି ସବୁଜ ପନିପରିବା ଓ ତନ୍ତୁଜାତୀୟ ଖାଦ୍ୟ ଆପଣାଇବା ଜରୁରୀ।

କେତେ ହାନିକାରକ ପ୍ରକ୍ରିୟାକୃତ ଖାଦ୍ୟ:

ପ୍ରକ୍ରିୟାକୃତ ଖାଦ୍ୟ ସ୍ବାସ୍ଥ୍ୟ କ୍ଷତିର ପ୍ରମୁଖ କାରଣ। ଏହି ଖ‌ାଦ୍ୟ ଖାଇବା ଦ୍ବାରା ଶରୀରରେ କୋଲେ‌େଷ୍ଟ୍ରାଲରେ ମାତ୍ରା ବଢ଼ିଥ‌ାଏ। ଏହାସହ ଶରୀରରେ ଓଜନ ବଢ଼ିବା ସହ ବୃକ୍‌କ, ହୃଦ୍‌ରୋଗ, ଟାଇପ୍‌-୨ ମଧୁମେହ, ଉଚ୍ଚ ରକ୍ତଚାପ, ମେଦ ବହୁଳତା, ଦନ୍ତକ୍ଷୟ ପରି ସମସ୍ୟା ଦେଖାଦେଇଥାଏ। ରକ୍ତରେ ଶର୍କରା, ସୋଡିୟମ୍‌, ଫ୍ୟାଟ୍‌ ବଢ଼ାଇଥାଏ।
ପ୍ରକ୍ରିୟାକୃତ ଖାଦ୍ୟରେ କୃତ୍ରିମ ରଙ୍ଗ ତଥା ଶର୍କରାର ମାତ୍ରା ଅଧିକ ଥାଏ। ଯାହାଫଳରେ ଏହି ଖାଦ୍ୟ ଶରୀରରେ କମ୍‌ ଶକ୍ତି କ୍ଷରଣ କରେ। ଏପଟେ ରୋଗପ୍ରତିରୋଧକ ଶକ୍ତିକୁ ବି ହ୍ରାସ କରିଥାଏ।

ପ୍ୟାକେଜ୍‌ଡ୍‌ ଫୁଡ୍‌ଠୁ କେମିତି ଦୂରେଇବେ:

-ଆପଣ ଚାହିଲେ ପ୍ୟାକେଜ୍‌ଡ୍‌ ଫୁଡ୍‌କୁ ଅତି ସହଜରେ ଛାଡ଼ି ପାରିବେ। ଏହାକୁ ସବୁବେଳେ ଖାଦ୍ୟରେ ସାମିଲ ନ କରି ଆପଣ ରନ୍ଧା ଖାଦ୍ୟ ଅଧିକ ପରିମାଣ‌ରେ ଖାଆନ୍ତୁ।
-ରେଷ୍ଟୁରାଣ୍ଟ୍‌ରେ ପା‌ଟିସୁଆଦିଆ ଖାଦ୍ୟ ବଦଳରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ।
-ପ୍ୟାକେଜ୍‌ଡ୍‌ ଫୁଡ୍‌ କିଣିବା ‌ବେଳେ ତାର ଉପାଦାନ ତାଲିକା ଭଲ ଭାବେ ଦେଖି କିଣନ୍ତୁ। କାରଣ ଉପାଦାନ ତାଲିକା ଯେତେ ଲମ୍ବା ହେବ, ଖାଦ୍ୟ ସେତେ ଅଧିକ ରାସାୟନିକ ପଦାର୍ଥ ଦ୍ବାରା ପ୍ରକ୍ରିୟାକୃତ ହୋଇଥିବ।
-ପ୍ରକ୍ରିୟାକୃତ ମାଂସ, ସାମୁଦ୍ରିକ ଖାଦ୍ୟ ଇତ୍ୟାଦି ଠାରୁ ଦୂରେଇ ରୁହନ୍ତୁ।
-ସ‌େଂଗ ‌ସଂଗେ ଅଭ୍ୟାସରେ ପରିବର୍ତ୍ତନ ଯଦି କରିନପାରୁଛନ୍ତି ତେବେ ଧୀରେ ଧୀରେ ଏହାକୁ ଅଭ୍ୟାସରେ ବଦଳାନ୍ତୁ।
-ଖାଦ୍ୟକୁ ଫ୍ରିଜଜ୍‌ରେ ଅଧିକ ସମୟ ରଖି ଖାଇବା ଅଭ୍ୟାସକୁ ତ୍ୟାଗ କରନ୍ତୁ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button