ରାଜ୍ୟ

Climate change: ‘ସତର୍କ ନହେଲେ ୨୦୬୦ ସୁଦ୍ଧା ପ୍ରାକୃତିକ ସମ୍ପଦ ଲୋପ ପାଇଯିବ’

ବର୍ତ୍ତମାନ ସମୟରେ ଯେଉଁ ପରିମାଣର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରାଯାଇଛି, ତାହା ଜାରି ରହିଲେ ୨୦୬୦ ସୁଦ୍ଧା ଏହା ଶେଷ ହୋଇଯିବ। ସେହି ସମୟରେ ଆମର ସ୍ଥିତି କଣ ହେବ, ତାହା ଆଜିର ଦିନରେ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡିବ।

କଟକ: ବର୍ତ୍ତମାନ ସମୟରେ ଯେଉଁ ପରିମାଣର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରାଯାଇଛି, ତାହା ଜାରି ରହିଲେ ୨୦୬୦ ସୁଦ୍ଧା ଏହା ଶେଷ ହୋଇଯିବ। ସେହି ସମୟରେ ଆମର ସ୍ଥିତି କଣ ହେବ, ତାହା ଆଜିର ଦିନରେ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡିବ। ଏଥିପାଇଁ ସଜାଗ, ସତର୍କ ଆଉ ସଚେତନ ହେବାକୁ ପଡିବ। ମଣିଷ ନିଜର ଅଭ୍ୟାସ ଆଉ ବ୍ୟବହାର ଜାରି ରଖିଲେ ରହିବା ପାଇଁ ଆଗକୁ ଆହୁରି ୨ଟି ପୃଥିବୀ ଦରକାର ପଡିବ। ତେଣୁ ଏ ଆହ୍ବାନକୁ ଆମକୁ ପ୍ରତ୍ୟେକସ୍ତରରେ ସାମନା କରିବାକୁ ପଡିବ ବୋଲି କହିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସମହାପାତ୍ର। କୁଳପତି କହିଛନ୍ତି ଯେ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ପ୍ରତ୍ୟେକ ଶନିବାର ଦିନ କୌଣସି ପେଟ୍ରୋଲ ଓ ଡିଜେଲ ଗାଡି ଚଲାଇବାକୁ ବାରଣ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button