ଦେଶ ବିଦେଶ

CNG : ସିଏନ୍‌ଜି ଷ୍ଟେସନ୍‌ରେ ଗ୍ୟାସ୍‌ ଟାଙ୍କିି ଫାଟି ୩ ଜଣଙ୍କ ମୃତ୍ୟୁ

ଦିଲ୍ଲୀର ଟିକରି କଲନରେ ଆଜି ଏକ ସିଏନ୍‌ଜି ଷ୍ଟେସନ୍‌ରେ ରହସ୍ୟଜନକ ଭାବେ ଏକ ଟ୍ରକ୍‌ର ଗ୍ୟାସ୍‌ ଟାଙ୍କି ଫାଟିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀର ଟିକରି କଲନରେ ଆଜି ଏକ ସିଏନ୍‌ଜି ଷ୍ଟେସନ୍‌ରେ ରହସ୍ୟଜନକ ଭାବେ ଏକ ଟ୍ରକ୍‌ର ଗ୍ୟାସ୍‌ ଟାଙ୍କି ଫାଟିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ୩ ମୃତକ ହେଉଛନ୍ତି ସିଏନ୍‌ଜି ‌ଷ୍ଟେସନ୍‌ର କର୍ମଚାରୀ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ସମୟରେ ଗ୍ୟାସ୍‌ ଟାଙ୍କିରେ ଗ୍ୟାସ୍‌ ଭର୍ତ୍ତି କରୁଥିଲେ। ସେହିପରି ଟ୍ରକ୍‌ ଡ୍ରାଇଭର ଏବଂ ପାଖରେ ଠିଆ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ବିସ୍ଫୋରଣ ଯୋଗୁ ଆହତ ହୋଇଛନ୍ତି।

ଅପରାହ୍ନ ପ୍ରାୟ ୩.୩୭ ସମୟରେ ବିସ୍ଫୋରଣ ଖବର ମିଳିଲା ବୋଲି ଦିଲ୍ଲୀ ଅଗ୍ନି ସେବା ପକ୍ଷରୁ କୁହାଯାଇଛି। ଟ୍ରକ୍‌ର ଗ୍ୟାସ୍‌ ଟାଙ୍କିରେ ଗ୍ୟାସ୍‌ ଭର୍ତ୍ତି କରାଯାଉଥିବାବେଳେ ଏହା ବିସ୍ଫୋରଣ ହୋଇଥିଲା। ତେବେ ବିସ୍ଫୋରଣ ପ୍ରକୃତ କାରଣ କ’ଣ ଏଯାବତ ଜଣାପଡ଼ିନାହିଁ ଏବଂ ଏନେଇ ତଦନ୍ତ ଜାରି ରହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button