ଜିଲ୍ଲା

Crime News : ୮୧ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଘୋଷାଡ଼ି ନେଲେ ଦୁର୍ବୃତ୍ତ, ଆଉ ତାପରେ… ଶୁଣିଲେ ଲୋମ ଟାଙ୍କୁରିଯିବ

ରାଇଘର, ୨୯/୯: ୮୧ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲ ଭିତରକୁ ଟାଣିନେଇ ଦୁଷ୍କର୍ମ । ଚିତ୍କାର ଶୁଣି ଉଦ୍ଧାର କଲେ ଗ୍ରାମବାସୀ । ଅଭିଯୁକ୍ତକୁ କାବୁ କରି ପୁଲିସ୍‌ ଜିମା ଦେଲେ ଲୋକେ । ପରିବାରର ଏତଲାକୁ ଭିତ୍ତି କରି ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ଏଭଳି ଅମାନୁଷିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତ କଲିଆପଦରର ପିଲାରାମ ଗଣ୍ଡ । ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏତଲା ଅନୁଯାୟୀ, ବୃଦ୍ଧା ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ନିଜ ଝିଅ ଘରକୁ ଯାଉଥିଲେ । ଏହି ସମୟରେ ନିଛାଟିଆ ରାସ୍ତାରେ ତାଙ୍କୁ ଅଟକାଇଥିଲା ପିଲାରାମ । ଜୋର ଜବରଦସ୍ତ ରାସ୍ତାକଡ଼ ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଚିତ୍କାର ଶୁଣି ଜଙ୍ଗଲ ରାସ୍ତା ଦେଇ ଯାଉଥିବା କେତେକ ଯୁବକ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ପିଲାରାମକୁ କାବୁ କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗାଁ ଲୋକେ ପହଞ୍ଚି ପୁଲିସ୍‌କୁ ଡକାଇ ଜିମା ଦେଇଥିଲେ । ପୁଲିସ୍‌ ମାମଲା ରୁଜୁକରି ଅଭିଯୁକ୍ତକୁ ପଚରାଉଚରା କରୁଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button