ରାଜ୍ୟ

Cyclone Akvan: ବଦଳୁଛି ବାତ୍ୟା ଗତିପଥ; ମାଲକାନଗିରି ପାଖ ଦେଇ ଯିବ’ଅକଭାନ’ , ପ୍ରବଳ ବର୍ଷା-ପବନ ଆଶଙ୍କା

ଭୁବନେଶ୍ୱର,୧୮/୧୧; ବଦଳୁଛି ବାତ୍ୟା ଗତିପଥ । ଓଡ଼ିଶା ଦେଇ ସ୍ଥଳଭାଗ ଛୁଇଁବ ବାତ୍ୟା । ବଢିଲା ଭୟ । ନୂଆ ଟ୍ରାକ ଅନୁସାରେ ଓଡ଼ିଶା ଦେଇ ଯିବ ବାତ୍ୟା ଅକଭାନ । ଲ୍ୟାଣ୍ଡଫଲ ପରେ ମାଲକାନଗିରି ଭିତରେ ଦେଇ ଆଗକୁ ଯିବ । ଆଇଏମଡି ଜାରି କରିଥିବା ନୂଆ ଟ୍ରାକରୁ ଏହା ସ୍ପଷ୍ଟ ହୋଇଛି । ଦକ୍ଷିଣ ଓଡ଼ିଶା ଦେଇଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ମାଲକାନଗିରି ଦେଇ ଯିବା ବେଳେ ଅକଭାନ ତୀବ୍ରତା ବାତ୍ୟା ଥିବ । ବାତ୍ୟା ପରିଧିରେ ମାଲକାନଗିରି ସହ ଆଉ ୩ ଜିଲ୍ଲା ବି ରହୁଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ବି ବାତ୍ୟା ପରିଧିରେ ଆସୁଛି । ପୂର୍ବରୁ ଜାରି ଟ୍ରାକରେ ଯିବା ବେଳେ ଅବପାତ ହୋଇ ଯିବାର ଥିଲା । ଏବେର ନୂଆ ଟ୍ରାକ୍‌ରେ ଅବପାତ ନୁହେଁ, ବାତ୍ୟା ରୂପ ନେଇ ଯିବ ।

ବାତ୍ୟାର ଗତି ଏବେ ଅତି ମନ୍ଥର ରହିଛି । ଘଣ୍ଟାପ୍ରତି ଗତି ମାତ୍ର ୩ କିଲୋମିଟର ରହିଛି । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢ଼ୁଛି । ଆଜି ଭୋର ୨ଟା ୩୦ ସୁଦ୍ଧା ସମାନ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି । ବିଶାଖାପାଟଣାଠୁ ୬୨୦, ଗୋପାଳପୁରଠୁ ୭୫୦ କିମି ଦୂରରେ ରହିଛି । ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରାଯାଇଛି ।  ଆନ୍ଧ୍ରରେ ଭୀଷଣ ପ୍ରଭାବ ପକାଇବ ବାତ୍ୟା ‘ଅକଭାନ୍’ । ୧୨୦ରୁ ୧୩୦ କିମି ବେଗରେ ପବନ ବହିବ । ବହୁ କ୍ଷୟକ୍ଷତି କରିବ । ଓଡ଼ିଶାରେ ବାତ୍ୟା ସେଭଳି ପ୍ରଭାବ ପକାଇବନି ସତ, କିନ୍ତୁ ମାଲକାନଗିରି ସୀମାନ୍ତ ମୋଟୁ ଦେଇ ଯିବ । ବିଶାଖପାଟଣା ପାଖରେ ଲ୍ୟାଣ୍ଡଫଲ୍‌ ସମୟରେ ମାଲକାନଗିରିରେ ୭୦ କିମି ବେଗରେ ପବନ ବହୁଥିବ । ପୂରା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଢାଳିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ବାତ୍ୟା ‘ଅକଭାନ୍’ର ସମ୍ଭାବ୍ୟ ଗତିପଥ ଓ ତୀବ୍ରତାକୁ ନେଇ ଏଭଳି ଆକଳନ କରିଛି ।

ଆକଳନ ଅନୁସାରେ, ବାତ୍ୟା ଓଡ଼ିଶାରେ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହୋଇ ତୀବ୍ର ଅବପାତ ରୂପରେ ଥିବ । କିନ୍ତୁ ବାତ୍ୟାର କେନ୍ଦ୍ରୀୟ ବଳୟ ମାଲକାନଗିରି ଉପର ଦେଇଯିବ । ବାତ୍ୟାର ସମ୍ପୂର୍ଣ୍ଣ ବାହ୍ୟବଳୟ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ଉପର ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ପରେ ଓଡ଼ିଶାରେ ପବନ କମିଯିବ । ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷିବ । ଲଗାଣ ବର୍ଷା ଯୋଗୁ ଭୂସ୍ଖଳନ ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସତର୍କ ସୂଚନା ଜାରି କରାଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button