ରାଜ୍ୟ

Cyclone Alert: ଆଲର୍ଟରେ ଓଡ଼ିଶାର ୮ ଜିଲ୍ଲା, ପ୍ରଭାବିତ ଜିଲ୍ଲା ପାଇଁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ

ଭୁବନେଶ୍ୱର, ୨୮/୧୦(ବ୍ୟୁରୋ): ବାତ୍ୟା ଅର୍ଣ୍ଣବ ପ୍ରକୋପ ନେଇ ୮ ଜିଲ୍ଲା ଉପରେ ସରକାର ବିଶେଷ ଫୋକସ୍ ଦେଇଛନ୍ତି । ବାତ୍ୟା ଏବଂ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ସମୟରେ କୌଣସି ପ୍ରକାରେ ଜୀବନହାନି ନ ଘଟିବ, ସେଥିପାଇଁ ଜିରୋ କାଜୁଆଲିଟି (ଶୂନ୍ୟ ଜୀବନ ହାନି) ନୀତି ଗ୍ରହଣ କରିଛନ୍ତି ସରକାର । ବିଶେଷ ଭାବେ ପ୍ରଭାବିତ ୮ ଜିଲ୍ଲାକୁ ୧୯ କୋଟି ଟଙ୍କାର ସହାୟତା ପାଣ୍ଠି ପ୍ରଦାନ କରାଯାଇଛି ।

ବର୍ଷା, ପବନ ଆଶଙ୍କାରେ ୧୫ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରାୟଗଡ଼ା, ନବରଙ୍ଗପୁର, ମାଲାକାନାଗିରି, ଗଜପତି, କୋରାପୁଟ, କନ୍ଧମାଳ, ଯାଜପୁର, ନୂଆପଡ଼ା ଜିଲ୍ଲାରେ ୨୯ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ ଛୁଟି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଆଜି (ମଙ୍ଗଳବାର) ପୁରୀ, କଟକ, ବଲାଙ୍ଗିର, କଳାହାଣ୍ଡି, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୮ ତାରିଖ (ବୁଧବାର) ସ୍କୁଲ ଛୁଟି କରାଯାଇଛି । ଏହି ସମସ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ଓଏଭି, ଅଙ୍ଗନବାଡ଼ି ଓ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମାତ୍ର ଶିକ୍ଷକ, କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button