ଦେଶ ବିଦେଶ
Dead: କୋଲକାତା ଘରେ ବୃଦ୍ଧ ଦମ୍ପତି ମୃତାବସ୍ଥାରେ ଉଦ୍ଧାର
କୋଲକାତାର ଦକ୍ଷିଣ ଉପକଣ୍ଠରେ ଥିବା ପଞ୍ଚାସାୟାରରେ ରବିବାର ସକାଳେ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ମୃତକ ୬୭ ବର୍ଷୀୟ ଜଣେ ବ୍ୟକ୍ତି ଓ ତାଙ୍କ ୬୦ ବର୍ଷୀୟା ପତ୍ନୀ ବୋଲି ଜଣାପଡ଼ିଛି।

କୋଲକାତା: କୋଲକାତାର ଦକ୍ଷିଣ ଉପକଣ୍ଠରେ ଥିବା ପଞ୍ଚାସାୟାରରେ ରବିବାର ସକାଳେ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ମୃତକ ୬୭ ବର୍ଷୀୟ ଜଣେ ବ୍ୟକ୍ତି ଓ ତାଙ୍କ ୬୦ ବର୍ଷୀୟା ପତ୍ନୀ ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ପୁଲିସ କହୁଥିବାବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ସେହି ସମାନ କକ୍ଷରେ ବିଛଣାରେ ପଡ଼ି ରହିଥିଲା। ବ୍ୟକ୍ତି ଜଣଙ୍କୁ ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ସୌଜନ୍ୟ ସମ୍ବାଦ




