ରାଜ୍ୟ

Durga puja: ତୋରଣରେ ମାଲେସିଆ ଆଦିଯୋଗୀ ମନ୍ଦିର, ଚାନ୍ଦି ଅଳଙ୍କାରରେ ସଜେଇ ହେବେ ମା’

କଟକରୋଡ,୦୭\୧୦: ଶାରଦୀୟ ଦୁର୍ଗା ପୂଜା ପାଇଁ ରାଜଧାନୀର ସମସ୍ତ ମଣ୍ଡପରେ ଏବେ ତୋରଣ ଓ ମୃଣ୍ମୟ ମୂର୍ତ୍ତି ନିର୍ମାଣ ଜୋରଦାର ଚାଲିଛି । ଏହି ପରିପ୍ରେକ୍ଷୀରେ କଟକରୋଡ ବ୍ୟବସାୟୀ ସଂଘ ଚଳିତବର୍ଷ କିଛି ନୂଆ କରି ଦେଖାଇବାକୁ ଯୋଜନା କରିଛି । ଏଥର ପୂଜା ପେଣ୍ଡାଲ ତୋରଣରେ ମାଲେସିଆ ଆଦିଯୋଗୀ ମନ୍ଦିର ସ୍ଥାନ ଦେବାକୁ ମନସ୍ଥ କରିଛନ୍ତି କର୍ମକର୍ତ୍ତା । ୮୦ ଫୁଟ ଉଚ୍ଚ ଓ ୧୨୦ ଫୁଟ ଓସାର ହେବାକୁ ଥିବା ଏହି ତୋରଣ ମୁଖ୍ୟ ଆକର୍ଷଣ ହେବ ବୋଲି କୁହାଯାଇଛି । ହିନ୍ଦୁ, ମୁସଲିମ୍ ଓ ଶିଖ୍ ସଂପ୍ରଦାୟର ବହୁ ବ୍ୟବସାୟୀଙ୍କୁ ନେଇ ଗଠିତ ଏହି ସଂଘ ଏଥର ୪୬ତମ ଦୁର୍ଗୋତ୍ସବ ପାଳନ କରିବ ।

ଚଳିତଥର ମୂର୍ତ୍ତି ସହ ମେଢ଼ର ଉଚ୍ଚତା ୧୬ଫୁଟ ରଖିବାକୁ ନିଷ୍ପତ୍ତି ହୋଇଛି । ଏକ କୁଇଣ୍ଟାଲରୁ ଅଧିକ ଚାନ୍ଦି ଅଳଙ୍କାରରେ ସଜେଇ ହେବେ ମହାମାୟା ଓ ପାଶ୍ୱର୍ ଦେବଦେବୀ । ଚଳିତ ବର୍ଷ ପୂଜା ବଜେଟ ୫୦ଲକ୍ଷ ଟଙ୍କା ରଖାଯାଇଥିବା କହିଛନ୍ତି ସଂଘ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ବଡ଼ଜେନା । ଷଷ୍ଠୀରେ ବେଲ ବରଣୀ ଓ କଳସ ଶୋଭାଯାତ୍ରା ପରେ ଆଲୋକମାଳାରେ ଝଲସି ଉଠିବ ପୂଜା ପେଣ୍ଡାଲ । ମନ୍ତ୍ର ଧ୍ୱନିରେ କମ୍ପିଉଠିବ କଟକ ରୋଡ୍ । ସପ୍ତମୀ, ଅଷ୍ଟମୀ ଓ ନବମୀରେ ଅନ୍ନଭୋଗ, ଦଶମୀରେ ଚରୁଅନ୍ନ ସହ ଦହିପଖାଳ ଦେବୀଙ୍କୁ ଅର୍ପଣ କରାଯିବ । ଅଷ୍ଟମୀରେ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯିବ । ସପ୍ତମୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ପ୍ରତିଭା ପ୍ରଦର୍ଶନ ଓ ସମ୍ବର୍ଦ୍ଧନା ଉତ୍ସବ ହେବ । ନବମୀ ଓ ଦଶମୀରେ ମେଲୋଡି କାର୍ଯ୍ୟକ୍ର କରାଯିବ । ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇ କମିଶନରେଟ୍ ପୁଲିସ ସହ ୧୦୦ ସଦସ୍ୟ ଯୋଡ଼ି ହେବେ । ପୂଜା ପେଣ୍ଡାଲ ଓ ଆଖପାଖରେ ୨୦ ସିସିଟିଭି କ୍ୟାମେରା ଲାଗିବ । ପାରମ୍ପରିକ ବାଦ୍ୟ, କଳାକାର ଓ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ନେଇ ଭସାଣି ଉତ୍ସବ ହେବ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button