ପୁନଶ୍ଚ ପୃଥିବୀ

Environment: ‘ପରିବେଶ ଏବେ ସତର୍କ ରହିବାକୁ ଆହ୍ବାନ ଦେଲାଣି’

ପ୍ରତିଟି ମଣିଷ ଆରାମଦାୟକ ଓ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାକୁ ଇଚ୍ଛା କରେ। ଏହି ଅଭିଳାଷ ଯୋଗୁଁ ପକ୍କା ରାସ୍ତା ତିଆରି କରିବାକୁ ଗଛ କଟାଯାଉଛି। ଗରମରୁ ତ୍ରାହି ପାଇଁ ଏସିର ବହୁଳ ବ୍ୟବହାର ହେଉଛି।

ପୁରୀ: ପ୍ରତିଟି ମଣିଷ ଆରାମଦାୟକ ଓ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାକୁ ଇଚ୍ଛା କରେ। ଏହି ଅଭିଳାଷ ଯୋଗୁଁ ପକ୍କା ରାସ୍ତା ତିଆରି କରିବାକୁ ଗଛ କଟାଯାଉଛି। ଗରମରୁ ତ୍ରାହି ପାଇଁ ଏସିର ବହୁଳ ବ୍ୟବହାର ହେଉଛି। କିନ୍ତୁ ପରିବେଶ ଏବେ ସତର୍କ ରହିବାକୁ ଆହ୍ବାନ ଦେଲାଣି। ମଣିଷ ଯଦି ଆତ୍ମ ସଚେତନ ହୋଇ ଏସବୁର ବ୍ୟବହାରକୁ କମାଇ ଦେଇପାରିବ ସେ ପରିବେଶ ଯୋଦ୍ଧା ସାଜି ପାରିବ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ବିଶ୍ବ ତାପନ’ ଶୀର୍ଷକ ବିଷୟରେ ବକ୍ତବ୍ୟ ରଖି ଶ୍ରୀ ଖୁଣ୍ଟିଆ କହିଲେ, ପିଇବା ପାଣି ଆମେ ବହୁତ ନଷ୍ଟ କରୁ, କିନ୍ତୁ ଏମିତି ବି ରାଜ୍ୟ ଅଛି, ପାଣି ମୁନ୍ଦେ ପାଇବା ପାଇଁ ଡହଳ ବିକଳ ସ୍ଥିତି। ବର୍ଷକରେ ଗୋଟିଏ ଗଛ ଲଗେଇବା ଏବଂ ତା’ର ଲାଳନ ପାଳନ କରିବା ଦ୍ବାରା ଜଣେ ପରିବେଶ ପ୍ରତି ଉତ୍ତର ଦାୟିତ୍ବ ସମ୍ପାଦନ କରିପାରିବ।

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଭାତ କୁମାର ମହାପାତ୍ର କହିଲେ, ବ୍ୟାବହାରିକ ପରିବର୍ତ୍ତନ ସହ ପରିବେଶ ମନସ୍କ ହେବା ହିଁ ସବୁଠୁ ବଡ଼ ଉତ୍ତରଦାୟିତ୍ବ। ପୁରୀ ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସୋ କହିଲେ ଖାଲି ଗଛ ଲଗାଇ ନୁହେଁ, ବରଂ ପାଣି ପିଇବା ବେ‌ଳେ ନଷ୍ଟ କରୁଥିବା ପାଣିକୁ ବଞ୍ଚାଇ ମଧ୍ୟ ପରିବେଶ ପ୍ରତି ଦାୟିତ୍ବ ନିଭାଇପାରିବେ। ‘ଭଏସ ଅଫ୍‌ କମନ ମ୍ୟାନ’ର ‌ହେକ୍ଟର ମିଶ୍ର, ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ଡ. ବିଶ୍ବନାଥ ମିଶ୍ର, ଏସିଏଫ୍‌ ସମ୍ବିତ ପଣ୍ଡା ମଞ୍ଚାସୀନ ଥିଲେ। ପିଜି କାଉନସିଲ ଚେୟାରମ୍ୟାନ ଶତ୍ରୁଘ୍ନ ପାଣିଗ୍ରାହୀ ସହାୟତା ଯୋଗାଇ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କର୍ମଚାରୀ ସଂଘ ସଭାପତି ଶିବସୁନ୍ଦର ମିଶ୍ର ମୁଖ୍ୟ ଅତିଥିଙ୍କୁ ସ୍ବାଗତ କରିଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ବିବୁଧ ମହାନ୍ତି ଅତିଥିଙ୍କୁ ସ୍ବାଗତ ସହ ଆଲେଚ୍ୟ ବିଷୟ ଉପରେ ସମ୍ୟକ ଧାରଣା ଦେଇଥିଲେ। ‘ସମ୍ବାଦ’ ପ୍ରତିନିଧି ଶ୍ୟାମକାହ୍ନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଶ୍ବବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button