ଦେଶ ବିଦେଶ

Fraud ID: ବାଂଲାଦେଶୀ ପତ୍ନୀଙ୍କୁ ଭାରତରେ ପ୍ରବେଶ ମନା, ଇମିଗ୍ରେସନ୍‌ ନିଷ୍ପତ୍ତି କାଏମ ରଖିଲେ କଲିକତା ହାଇକୋର୍ଟ

ଜାଲିଆତି ଉପାୟରେ ଭାରତୀୟ ପରିଚୟପତ୍ର ହାସଲ କରିଥିବାରୁ ଜଣେ ଭାରତୀୟ ନାଗରିକଙ୍କ ବାଂଲାଦେଶୀ ପତ୍ନୀଙ୍କୁ ଭାରତ ପ୍ରବେଶ ଅନୁମତି ନ ଦେବା ନିଷ୍ପତ୍ତିକୁ କାଲକାଟା ହାଇକୋର୍ଟ ବୁଧବାର କାଏମ ରଖିଛନ୍ତି। ଜଷ୍ଟିସ୍‌ କୃଷ୍ଣ ରାଓ ଭାରତୀୟ ନାଗରିକ ପ୍ରଦୀପ ବୋଷଙ୍କ ଆବେଦନକୁ ଖାରଜ କରିଛନ୍ତି।

କୋଲକାତା: ଜାଲିଆତି ଉପାୟରେ ଭାରତୀୟ ପରିଚୟପତ୍ର ହାସଲ କରିଥିବାରୁ ଜଣେ ଭାରତୀୟ ନାଗରିକଙ୍କ ବାଂଲାଦେଶୀ ପତ୍ନୀଙ୍କୁ ଭାରତ ପ୍ରବେଶ ଅନୁମତି ନ ଦେବା ନିଷ୍ପତ୍ତିକୁ କଲିକତା ହାଇକୋର୍ଟ ବୁଧବାର କାଏମ ରଖିଛନ୍ତି। ଜଷ୍ଟିସ୍‌ କୃଷ୍ଣ ରାଓ ଭାରତୀୟ ନାଗରିକ ପ୍ରଦୀପ ବୋଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତାଙ୍କ ବାଂଲାଦେଶୀ ପତ୍ନୀ ଶ୍ରାବନ୍ତୀ ଚୌଧୁରୀ ଓ ନାବାଳକ ପୁଅଙ୍କୁ ଭାରତ ପ୍ରବେଶ ଅନୁମତି ଦେବାକୁ ସେ ଆବେଦନ କରିଥିଲେ।

ପ୍ରବେଶ ଅନୁମତି ଦିଆଯାଇ ନଥିଲା

ପ୍ରଦୀପ ସେପ୍ଟେମ୍ବର ୫ରେ ଇମିଗ୍ରେସନ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଆବେଦନ କରିଥିଲେ। ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଦେଇଥିଲେ ଯେ ଶ୍ରାବନ୍ତୀଙ୍କୁ ଭାରତ ପ୍ରବେଶରୁ ରୋକାଯାଇଥିଲେ ମଧ୍ୟ ଏହାର କାରଣ ତାଙ୍କୁ ଜଣାଯାଇନଥିଲା। ଏହାସହ ପ୍ରବେଶ ଅନୁମତି ପାଇଁ ଦିଆଯାଇଥିବା ଆବେଦନ ଉପରେ ମଧ୍ୟ ବିଚାର କରାଯାଇ ନଥିବା ସେ ଦର୍ଶାଇଥିଲେ। କୋର୍ଟରେ ଦାଖଲ ହୋଇଥିବା ବିଦେଶୀ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍‌ଆର୍‌ଓ) ରିପୋର୍ଟ ଅନୁସାରେ, ଶ୍ରାବନ୍ତୀ ଜଣେ ବାଂଲାଦେଶୀ ନାଗରିକ। ତାଙ୍କ ପାସ୍‌ପୋର୍ଟର ବୈଧତା ୭ ସେପ୍ଟେମ୍ବର ୨୦୨୭ ପର୍ଯ୍ୟନ୍ତ ରହିଛି। ତେବେ ବାଂଲାଦେଶୀ ନାଗରିକ ହୋଇଥିଲେ ମଧ୍ୟ ସେ ଜାଲିଆତି ଉପାୟରେ ଭାରତୀୟ ଭୋଟର କାର୍ଡ ଓ ପାନ୍‌ କାର୍ଡ ହାସଲ କରିଥିବା କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇଥିଲେ। ଏହି କାରଣରୁ ତାଙ୍କୁ ଭାରତ ପ୍ରବେଶ ଅନୁମତି ଦିଆଯାଇ ନଥିଲା।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button