Education news:ହାଇସ୍କୁଲରେ ୧୪ ହଜାର ଶିକ୍ଷକ ପଦବି ଖାଲି, ୫ହଜାର ୬୧୩ଟି ସ୍କୁଲ ବନ୍ଦ

ଭୁବନେଶ୍ୱର,୨୬ \୯ : ରାଜ୍ୟରେ ମୋଟ ୨୬ ହଜାର ୭୮୩ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି । ଏଥିସହ ୧୫ ହଜାର ୭୨୬ଟି ହାଇସ୍କୁଲ ଓ ୪ ହଜାର ୮୬୫ଟି ସେକେଣ୍ଡାରୀ ସ୍କୁଲ ରହିଛି । ଏଥିରୁ ସମସ୍ତ ବର୍ଗର ହାଇସ୍କୁଲମାନଙ୍କରେ ୭୧ ହଜାର ୧୫୮ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି । ଏଥିରୁ ୫୭ହଜାର ୨୫୬ଟି ପଦବିରେ ଶିକ୍ଷକ ଥିବା ବେଳେ ବାକି ପାଖାପାଖି ୧୪ ହଜାର ପଦବି ଖାଲି ରହିଛି ।
ପ୍ରାଥମିକ ସ୍କୁଲରେ ୭୦୫ଟି ପଦବି ଖାଲି ରହିଛି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ରଖିଛନ୍ତି । ମନ୍ତ୍ରୀଙ୍କ ତଥ୍ୟ କହୁଛି, ସରକାରୀ ହାଇସ୍କୁଲରେ ମୋଟ ୪୬ ହଜାର ୧୯୧ଟି ଶିକ୍ଷକ ପଦବି ରହିଛି । ଏଥିରୁ ୩୯ ହଜାର ୪୪୦ଟି ପଦବିରେ ଶିକ୍ଷକ ଥିବା ବେଳେ ୬ ହଜାର ୭୫୧ଟି ପଦବି ଖାଲି ରହିଛି । ସେହିପରି ପୂର୍ଣ୍ଣ ଅନୁଦାନ ହାଇସ୍କୁଲ ପାଇଁ ୪ହଜାର ୬୭୧ଟି ଶିକ୍ଷକ ପଦବି ଥିବା ବେଳେ ଏଥିରୁ ୩୦୨୦ଟି ପଦବିରେ ଶିକ୍ଷକ ରହିଛନ୍ତି ବାକି ୧୬୫୨ଟି ପଦବି ଖାଲି ରହିଛି ।
ସୌଜନ୍ୟ ପ୍ରମେୟ




