Green Campus and Generation Climate Programme ବିପିୟୁଟିରେ ସବୁଜ କ୍ୟାମ୍ପସ ଓ ଜେନେରେସନ୍ କ୍ଲାଇମେଟ୍ କାର୍ଯ୍ୟକ୍ରମ
ରାଉରକେଲା ବିପିୟୁଟିରେ ‘ସବୁଜ କ୍ୟାମ୍ପସ୍ ଓ ଜେନେରେସନ୍ କ୍ଲାଇମେଟ୍’ କାର୍ଯ୍ୟକ୍ରମ। ସୌରଶକ୍ତି, ବର୍ଜ୍ୟ ପରିଚାଳନା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ।

ରାଉରକେଲା: ମଣିଷ ହେଉଛି ପ୍ରକୃତିର ଏକ ଅଂଶ। ପ୍ରକୃତିକୁ ଉପଭୋଗ ପାଇଁ ନୁହେଁ; ବରଂ ତା’ର ସେବା, ଯତ୍ନ ଓ ସୁରକ୍ଷା ହେଉଛି ମଣିଷର ଧର୍ମ। ଏହି ଧର୍ମକୁ ପାଳନ କରିବା ଆମ ସମସ୍ତଙ୍କର ଗୁରୁଦାୟିତ୍ବ ହେଉ। ବିଶେଷକରି ଯୁବପିଢ଼ି ଏହାର ନେତୃତ୍ବ ନିଅନ୍ତୁ ବୋଲି ‘ସମ୍ବାଦ’ ରାଉରକେଲା ସଂସ୍କରଣ ପକ୍ଷରୁ ଆୟୋଜିତ ‘ସବୁଜ କ୍ୟାମ୍ପସ୍ ଓ ଜେନ୍-ସି ବା ଜେନେରେସନ୍ କ୍ଲାଇମେଟ୍’ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ନେତାଜୀ ସୁଭାଷ ଅଡିଟୋରିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିପିୟୁଟି କୁଳପତି ପ୍ରଫେସର ଅମିୟ କୁମାର ରଥ ଯୋଗ ଦେଇଥିଲେ। ସେ କହିଲେ, ସମସ୍ତଙ୍କ ଅବଦାନରେ ସବୁଜ ପରିବେଶ ବା ପରିବେଶ ଅନୁକୂଳ ଶିକ୍ଷାନୁଷ୍ଠାନ ଗଠନ ସମ୍ଭବ। ଭାରତର ୬୫% ଜନସଂଖ୍ୟା ହେଉଛନ୍ତି ୩୫ ବର୍ଷ ବୟସରୁ କମ୍। ଏଣୁ ଏହି ଜନସଂଖ୍ୟାର ଦାୟିତ୍ବ ବେଶ୍ ଗୁରୁତ୍ବପୂର୍ଣ୍ଣ। ସବୁଜ କ୍ୟାମ୍ପସ୍ ଗଠନ ଦିଗରେ ଗୋଟିଏ ଶିକ୍ଷାନୁଷ୍ଠାନ ଏକାଧିକ ପଦକ୍ଷେପ ନେଇପାରିବ, କିନ୍ତୁ ଯୁବପିଢ଼ିକୁ ତଦନୁଯାୟୀ ଦାୟିତ୍ବସଂପନ୍ନ ହେବାକୁ ପଡ଼ିବ।
ସୌଜନ୍ୟ ସମ୍ବାଦ




