ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଆଶ୍ଵସ୍ତିର ଖବର। କେନ୍ଦ୍ର ସରକାର ଏବେ ରାଜ୍ୟଗୁଡ଼ିକ ସହ ମିଶି ପେଟ୍ରୋଲ ଏବେ ଡିଜେଲ ଦର କମାଇବା ପାଇଁ ବଡ଼ ପ୍ରସ୍ତୁତି ଚଳାଇଛନ୍ତି। କେନ୍ଦ୍ର ସରକାର ନିଜ ଆଡ଼ୁ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) କମାଇବା ପରେ, ଏବେ ରାଜ୍ୟଗୁଡ଼ିକୁ ମଧ୍ୟ ସେମାନଙ୍କର ଭ୍ୟାଟ୍ (VAT) କମାଇବା ପାଇଁ ଅପିଲ୍ କରିବାକୁ ଯାଉଛନ୍ତି। ଏହାଦ୍ଵାରା ବିଶେଷ କରି ବିଜେପି ଶାସିତ ୨୨ଟି ରାଜ୍ୟରେ ତେଲ ଦର କମିବାର ସମ୍ପୂର୍ଣ୍ଣ ସମ୍ଭାବନା ଦେଖାଦେଇଛି।
ଇରାନ ଯୁଦ୍ଧ କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (Crude Oil) ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଏହାର ଦାମ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହି ସଙ୍କଟ ସମୟରେ ଦେଶର ଉପଭୋକ୍ତାଙ୍କ ଉପରୁ ମହଙ୍ଗା ବୋଝ କମାଇବା ପାଇଁ ନିକଟରେ ସଚିବମାନଙ୍କର ଏକ ଉଚ୍ଚସ୍ତରୀୟ କମିଟି (Empowered Group of Secretaries) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଲୋଚନା ହୋଇଛି ଯେ, ବର୍ଦ୍ଧିତ କଞ୍ଚା ତେଲର ପ୍ରଭାବକୁ ରୋକିବା ପାଇଁ ରାଜ୍ୟଗୁଡ଼ିକ ଦ୍ଵାରା ଭ୍ୟାଟ୍ (VAT) କମାଯିବା ଅତ୍ୟନ୍ତ ଜରୁରୀ।
ଗତ ମାସରେ ହିଁ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମାଇଥିଲେ। ବର୍ତ୍ତମାନ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା କମାଯାଇ ସମ୍ପୂର୍ଣ୍ଣ ‘ଶୂନ’ କରାଯାଇଛି। ସେହିପରି ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩ ଟଙ୍କା ହ୍ରାସ କରାଯାଇଛି। ଏହି ରିହାତି ପରେ ମଧ୍ୟ ଅନ୍ତର୍ଜାତୀୟ ଚାପ ଯୋଗୁ ପେଟ୍ରୋଲ ଓ ଡିଜେଲ ଦରରେ ୩.୯୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଥିଲା।
କେନ୍ଦ୍ର ସରକାର ଟ୍ୟାକ୍ସ କମାଇଥିଲେ ମଧ୍ୟ ସାଧାରଣ ଜନତାଙ୍କୁ ସମ୍ପୂର୍ଣ୍ଣ ଆଶ୍ଵାସନା ମିଳିପାରି ନାହିଁ। କାରଣ ତେଲ ବିପଣନ କମ୍ପାନୀଗୁଡ଼ିକ (OMCs) ଏବେ ମଧ୍ୟ ବଡ଼ ଆର୍ଥିକ କ୍ଷତି ସହୁଛନ୍ତି। ଉତ୍ପାଦନ ଖର୍ଚ୍ଚ ତୁଳନାରେ କମ୍ ଦାମରେ ତେଲ ବିକ୍ରି କରୁଥିବାରୁ କମ୍ପାନୀଗୁଡ଼ିକୁ ପ୍ରତିଦିନ ୭୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ ଆଗାମୀ ଦିନରେ ତେଲର ବେସ୍ ପ୍ରାଇସ୍ (Base Price) ବଢ଼ିବାର ଆଶଙ୍କା ରହିଛି।
ତେଲ ଉପରେ ଭ୍ୟାଟ୍ ‘ଏଡ୍ ଭାଲୋରେମ୍’ (Ad Valorem) ଅର୍ଥାତ୍ ମୂଲ୍ୟର ପ୍ରତିଶତ ଆଧାରରେ ଲାଗିଥାଏ। ତେଣୁ ତେଲ ଦର ବଢ଼ିବା ମାତ୍ରେ ରାଜ୍ୟଗୁଡ଼ିକର ଟ୍ୟାକ୍ସ କଲେକ୍ସନ ଆପେ ଆପେ ବଢ଼ିଯାଏ। ଏଣୁ ରାଜ୍ୟଗୁଡ଼ିକ ଯଦି ଭ୍ୟାଟ୍ ସେମାନଙ୍କ ପକ୍ଷରୁ ସାମାନ୍ୟ କମାନ୍ତି, ତେବେ ସେମାନଙ୍କର ମୋଟ ରାଜସ୍ୱ (Total Revenue) ଉପରେ ବିଶେଷ ଖରାପ ପ୍ରଭାବ ପଡ଼ିବ ନାହିଁ।
ତେଲ ଟ୍ୟାକ୍ସ ମାଧ୍ୟମରେ ମହାରାଷ୍ଟ୍ର ସବୁଠାରୁ ଅଧିକ ୩୬,୯୯୨ କୋଟି ଟଙ୍କା ଏବଂ ଉତ୍ତର ପ୍ରଦେଶ ୩୧,୨୧୪ କୋଟି ଟଙ୍କା ରୋଜଗାର କରିଛନ୍ତି। ସେହିପରି ତେଲଗାଙ୍ଗାନାରେ ତେଲ ଉପରେ ସବୁଠାରୁ ଅଧିକ ଟ୍ୟାକ୍ସ ଲାଗିଥାଏ। ସେହିପରି ଆମ ରାଜ୍ୟ ଓଡ଼ିଶା ମଧ୍ୟ ପେଟ୍ରୋଲ ଉପରେ ୨୮% ଓ ଡିଜେଲ ଉପରେ ୨୪% ଭାଟ୍ ନେଉଛି।

ସୌଜନ୍ୟ Prameya News7