ଦେଶ ବିଦେଶ

Gyanesh Kumar: ସିଇସି ଜ୍ଞାନେଶଙ୍କ ଉପରେ ବର୍ଷିଲେ ଉଦ୍ଧବ, ରାଜ ଠାକରେ

ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମିଳିତ ଭାବରେ ରବିବାର ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଛନ୍ତି।

ମୁମ୍ବାଇ:ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମିଳିତ ଭାବରେ ରବିବାର ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଛନ୍ତି। ପ୍ରତିବାଦ ସମୟରେ ଦୁଇ ଠାକରେ ଭାଇ ପୁଣି ଥରେ ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେ ଏବଂ ରାଜ ଠାକରେ ନିଜ ନିଜ ଭାଷଣରେ ଭୋଟର ତାଲିକାରେ ପରିବର୍ତ୍ତନ, ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା, ନିର୍ବାଚନ କମିସନରଙ୍କ ନିଯୁକ୍ତି ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଚନ୍ତି। ଉଭୟ ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ, କିନ୍ତୁ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ନୁହେଁ। ଜ୍ଞାନେଶ କୁମାର କିଏ ବୋଲି ପ୍ରଶ୍ନ କରି ସେମାନେ ଏସଆଇଆର ବନ୍ଦ କରିବାକୁ ଏବଂ ବାଲଟ୍ ପେପର ଦ୍ୱାରା ଭୋଟ୍ ଦେବାର ବ୍ୟବସ୍ଥା ପୁନଃସ୍ଥାପିତ କରିବାକୁ ଦାବି କରିବା ସହ ନିର୍ବାଚନ କମିସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button