IND vs SL: ଶେଷ ଓଭରରେ ୩ ଛକା ପିଟିଦଲେ ଡିଏସ୍ପି ସାର୍, ୱାର୍ମଅପରେ ଭାରତର ବାଜିମାତ୍
ଅନ୍ତିମ ଦିବସରେ ଓପନର ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମକୁ ଫେରିଛନ୍ତି । ଆହତ ଯୋଗୁ ପ୍ରଥମ ୨ ଦିନ ଗ୍ରାଉଣ୍ଡକୁ ଓହ୍ଲାଇନଥିବା ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ଯଥେଷ୍ଟ ସମୟ ବ୍ୟାଟିଂ କରି ଫିଟ୍ ଥିବା ପ୍ରମାଣିତ କରିଛନ୍ତି ।

ନୂଆଦିଲ୍ଲୀ,୧୦/୦୮; ଗିଲ୍ ଫିଟ୍ । ଜୈସ୍ୱାଲ୍ ହିଟ୍ ଆଉ ଭାରତର ଜିତ୍ । ଟେଷ୍ଟ ପୂର୍ବରୁ ପାସ୍ ଟିମ୍ ଇଣ୍ଡିଆ । ବ୍ୟାଟିଂ, ବୋଲିଂରେ ଭାରତର ଦମଦବା । ଫର୍ମକୁ ଫେରିଲେ ଜୈସ୍ୱାଲ । ଅଭ୍ୟାସ୍ ମ୍ୟାଚ୍ ଜିତିଲା ଭାରତ । ଶ୍ରୀଲଙ୍କା ବୋର୍ଡ ଏକାଦଶ ଓ ଭାରତ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍ରେ ଭାରତ ୬ ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଅନ୍ତିମ ଦିବସରେ ଓପନର ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମକୁ ଫେରିଛନ୍ତି । ଆହତ ଯୋଗୁ ପ୍ରଥମ ୨ ଦିନ ଗ୍ରାଉଣ୍ଡକୁ ଓହ୍ଲାଇନଥିବା ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ଯଥେଷ୍ଟ ସମୟ ବ୍ୟାଟିଂ କରି ଫିଟ୍ ଥିବା ପ୍ରମାଣିତ କରିଛନ୍ତି । ଯାହାକି ଆସନ୍ତା ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଆଶ୍ୱସ୍ତ କରିଛି ।
ଦ୍ୱିତୀୟ ଦିବସର ଷ୍ଟମ୍ପ ଘୋଷଣା ସୁଦ୍ଧା ୬/୩୫୭ରନ୍ ସଂଗ୍ରହ କରିଥିବା ଭାରତ ଆଜି ବ୍ୟାଟିଂ ନକରି ପ୍ରଥମ ଇନିଂସ୍ ଘୋଷଣା କରିଥିଲା । ଶ୍ରୀଲଙ୍କା ଏକାଦଶ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ୬/୨୦୦ରନ୍ରେ ପାଳି ଘୋଷଣା କରିବା ସହ ଭାରତ ସାମ୍ନାରେ ୨୦୭ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ଭାରତ ୪ ୱିକେଟ୍ ବିନିମୟରେ ବିଜୟ ହାସଲ କରିଥିଲା । ଦିବସର ଅନ୍ତିମ ଓଭରରେ ମହମ୍ମଦ ସିରାଜ ୨୩ରନ୍ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ । ଶ୍ରୀଲଙ୍କା ଏକାଦଶ ଦ୍ୱିତୀୟ ପାଳିରେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ନିଶାନ ଫର୍ଣ୍ଣାଣ୍ଡୋ ୬୩ (ରିଟାୟାର୍ଡ ଆଉଟ୍), ଆଞ୍ଜଲା ବନ୍ଦାରା ୩୫, ନିପୁନ ଧନଞ୍ଜୟ ୪୬ ଓ ରମେଶ ମେଣ୍ଡିସ୍ ଅପରାଜିତ ୧୬ରନ୍ ଯୋଗ କରିବା ଫଳରେ ଦଳ ୬/୨୦୦ ରନ୍ରେ ପାଳି ଘୋଷଣା କରିଥିଲା ।
ସୌଜନ୍ୟ ପ୍ରମେୟ




