ଖେଳ

Sarfaraz Khan: ସର୍ଫରାଜଙ୍କ କମବ୍ୟାକ୍ କାହା ପାଇଁ ବିପଦ ? ବଢିଲା ଗମ୍ଭୀରଙ୍କ ଟେନ୍‌ସନ୍‌

ଅଭ୍ୟାସ ମ୍ୟାଚ୍ ଶେଷ ହେବା ପରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ପ୍ଲେଇଙ୍ଗ ଏକାଦଶ ଉପରେ ନଜର ରଖିଛି । ସର୍ଫରାଜ ଖାନଙ୍କ ପ୍ରତ୍ୟାବର୍ତ୍ତନ କାହା ପାଇଁ ବିପଦ ?

ନୂଆଦିଲ୍ଲୀ,୧୦/୦୮; କୁହାଯାଏ ସମୟ ବଡ଼ ବଳବାନ । ସମୟ ଆଉ ଭାଗ୍ୟ ଯାହାକୁ ସୁଯୋଗ ଦେବାକୁ ଚାହୁଁଥିବେ କେହି କିଛି କରିପାରିବେ ନାହିଁ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟା ସିରିଜ ପାଇଁ ପ୍ରଥମେ ସର୍ଫରଜାଙ୍କୁ ସ୍ଥାନ ମିଳିନଥିଲା । କ୍ରିକେଟ୍ ବିଶେଷଜ୍ଞ ସମାଲୋଚନା ବି କରିଥିଲେ । କିନ୍ତୁ ଭାଗ୍ୟ ଯେତେବେଳେ ସାଥିରେ ଥିବ କେହି ଅଟକାଇପାରିବେ ନାହିଁ । ଆହତ ଥିବା ବି. ସାଇ ସୁଦର୍ଶନ  ଶ୍ରୀଲଙ୍କା ବିପକ୍ଷ ୨ମ୍ୟାଚ୍‌ ବିଶିଷ୍ଟ  ଟେଷ୍ଟ ସିରିଜରୁ ବାଦ୍‌ ପଡ଼ିଛନ୍ତି ।  ତାଙ୍କ ସ୍ଥାନରେ ମଧ୍ୟକ୍ରମ ବ୍ୟାଟର ସର୍ଫରାଜ ଖାନ୍‌ଙ୍କୁ ଡାକରା ମିଳିଛି ।  ସେ ଖୁବଶୀଘ୍ର କଲମ୍ବୋ ପହଞ୍ଚି ଦଳ ସହ ଅଭ୍ୟାସ କରିବେ ।

ସର୍ଫରାଜ  ୨୦୨୪ରେ ଶେଷ ଥର ଟେଷ୍ଟ ମ୍ୟାଚ୍‌  ଖେଳିଥିଲେ । ଇତିମଧ୍ୟରେ ସେ ୬ଟି  ଟେଷ୍ଟ ଖେଳି ୩୭୧ ରନ୍‌ ସଂଗ୍ରହ  କରିଛନ୍ତି । ସେଥିମଧ୍ୟରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକୀୟ ପାଳି  ସାମିଲ ରହିଛି । ଗତ ରଣଜୀ ଟ୍ରଫିରେ  ସେ ୫୩.୬୨ ଆଭରେଜରେ ମୋଟ  ୪୨୯ରନ୍‌ କରିଥିଲେ । ତଥାପି  ତାଙ୍କୁ ଟେଷ୍ଟ ଦଳରୁ ଅଣଦେଖା  କରାଯାଇଥିଲା । ସୁଦର୍ଶନ ଆହତ ହେବା ଫଳରେ ଟେଷ୍ଟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇଛି । ତେବେ ଟିମ୍ ଇଣ୍ଡିଆରେ ସାଇ ସୁଦର୍ଶନଙ୍କ କମବ୍ୟାକ କାହା ବାଟରେ କଣ୍ଟା । ହେଡ୍‌ କୋଚ୍ ଗୌତମ ଗମ୍ଭୀରଙ୍କ ଟେନସନ୍ ବଢିଛି । ସର୍ଫରାଜଙ୍କ କମବ୍ୟାକ୍ ଧ୍ରୁପ ଜୁରେଲଙ୍କ ପତ୍ତା କାଟିପାରେ ।

ଶ୍ରୀଲଙ୍କା ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ପରେ ଭାରତୀୟ ପ୍ଲେଇଙ୍ଗ ଏକାଦଶ ପ୍ରାୟ ନିଶ୍ଚିତ ହୋଇଛି । ସାଇ ସୁଦର୍ଶନଙ୍କ ବିଦାୟ ପରେ ଦେବଦତ୍ତ ପାଡିକଲ ଏକ ଚମତ୍କାଇ ଇନିଂସ ମାରି ୩ ନମ୍ବର ସ୍ଥାନ ହାସଲ କରିଛନ୍ତି । ସେହିପରି ଟପ୍-୫ ସ୍ଥାନରେ ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ଅଧିୟନାକ ଶୁଭମନ ଗିଲ୍ ଏବଂ ୱିକେଟକିପର ଋଷବ ପନ୍ତ ନିଶ୍ଚିତ ହୋଇଥିବା ବିବେଚନା କରାଯାଉଛି । ଟିମ୍ ମ୍ୟାନେଜମେଣ୍ଟର ମୁଣ୍ଡବିନ୍ଧା ୬ ନମ୍ବର ସ୍ଥିତିକୁ ନେଇ ରହିଛି । ପୂର୍ବରୁ ଧ୍ରୁପ ଜୁରେଲଙ୍କୁ ଏହି ସ୍ଥାନ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଅଭ୍ୟାସ ମ୍ୟାଚରେ ଉଭୟ ଇନିଂସରେ ତାଙ୍କର ଫ୍ଲପ୍ ପ୍ରଦର୍ଶନ ପରେ ପ୍ରଶ୍ନ ଉଠିଛି । ଏହା ସହିତ ସର୍ଫରାଜ ଖାନଙ୍କ ଦଳକୁ ଫେରିଛନ୍ତି । ଯିଏ ଏହି ପଦବୀ ପାଇଁ ଦାବିଦାର ଭାବେ ଉଭା ହୋଉଛନ୍ତି । ହୁଏତ ଧ୍ରୁ ଜୁରେଲଙ୍କ ବାଟରେ ବିପଦ ହୋଇପାରନ୍ତି ସର୍ଫରାଜ । ଏହା ବ୍ୟତୀୟ ବୋଲିଂ ଲାଇନ୍ ଅପ୍ ମଧ୍ୟ ପ୍ରାୟ ନିଶ୍ଚିତ ହୋଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button