ଦେଶ ବିଦେଶ

ISI espionage case: ଗୁପ୍ତ ସୂଚନା ପ୍ରଘଟ ଘଟଣାରେ ୨ ସେନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ

ପଂଜାବର ଫରିଦକୋଟ ମିଲିଟାରୀ କ୍ୟାଣ୍ଟନମେଣ୍ଟ ସମ୍ପର୍କରେ ପାକିସ୍ତାନର ଆଇଏସ୍‌ଆଇକୁ ଗୋପନୀୟ ସୂଚନା ପଠାଇବା ଅଭିଯୋଗରେ ପଞ୍ଜାବ ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ଶାଖା ଜଣେ ମହିଳାଙ୍କୁ ଗିରଫ କରିଛି।

ଫିରୋଜପୁର: ପଂଜାବର ଫରିଦକୋଟ ମିଲିଟାରୀ କ୍ୟାଣ୍ଟନମେଣ୍ଟ ସମ୍ପର୍କରେ ପାକିସ୍ତାନର ଆଇଏସ୍‌ଆଇକୁ ଗୋପନୀୟ ସୂଚନା ପଠାଇବା ଅଭିଯୋଗରେ ପଞ୍ଜାବ ପୁଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ଶାଖା ଜଣେ ମହିଳାଙ୍କୁ ଗିରଫ କରିଛି। ସମ୍ପୃକ୍ତ ମହିଳାଙ୍କୁ କ୍ୟାଣ୍ଟନମେଣ୍ଟ ଓ ଅନ୍ୟ ସାମରିକ ପ୍ରତିଷ୍ଠାନ ସମ୍ପର୍କରେ ଗୁପ୍ତଚର ସୂଚନା ପ୍ରଦାନ କରିବାରେ ସହାୟତା କରିବା ପାଇଁ ଦୁଇ ଜଣ ସେନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଫରିଦକୋଟର ବାସିନ୍ଦା ସନ୍ଦିଗ୍ଧ ଗୁରନୂର ସିଦ୍ଧୁଙ୍କୁ ହୁସେନିୱାଲା ସୀମା ରାସ୍ତାରେ ଏକ ନିର୍ମାଣାଧୀନ ସେତୁ ନିକଟରୁ ଗିରଫ କରାଯାଇଥିଲା। ତାଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି। ପୁଲିସ କହିଛି ଯେ, ଗୁରୁବାର ସେମାନେ ସୂଚନା ପାଇଥିଲେ ଯେ, ଅଭିଯୁକ୍ତମାନେ ପାକିସ୍ତାନ ଏଜେନ୍ସି ସହିତ ସାମରିକ କ୍ଷେତ୍ର ଓ କ୍ୟାଣ୍ଟନମେଣ୍ଟ ବିଷୟରେ ଗୋପନୀୟ ସୂଚନା ବାଣ୍ଟିବାକୁ ଷଡ଼ଯନ୍ତ୍ର କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button