ରାଜ୍ୟ

Janani Express: ରାସ୍ତାରେ ଜନନୀ ଏକ୍ସପ୍ରେସ ଗାଡ଼ିର ଚକ ଭାଙ୍ଗିଲା, ୪୫ ମିନିଟ ପରେ ଅନ୍ୟ ଗାଡ଼ିରେ ଗଲେ ଗର୍ଭବତୀ

ମହାକାଳପଡ଼ା ବ୍ଲକ କଂସାର ବଡ଼ଦାଣ୍ଡୁଆ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଜନନୀ ଏକ୍ସପ୍ରେସର ଆଗ ଚକ ମଝି ରାସ୍ତାରେ ଭାଙ୍ଗି ଯାଇଛି | ଫଳରେ ପ୍ରାୟ ୪୫ ମିନିଟ ଧରି ରାସ୍ତାରେ ଅଟକି ରହିଲେ ଗର୍ଭବତୀ|

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ କଂସାର ବଡ଼ଦାଣ୍ଡୁଆ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ କେନ୍ଦ୍ରାପଡ଼ାଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଜନନୀ ଏକ୍ସପ୍ରେସର ଆଗ ଚକ ମଝି ରାସ୍ତାରେ ଭାଙ୍ଗି ଯାଇଛି | ଫଳରେ ପ୍ରାୟ ୪୫ ମିନିଟ ଧରି ରାସ୍ତାରେ ଅଟକି ରହିଲେ ଗର୍ଭବତୀ|

ଅନ୍ୟ ଗାଡ଼ି ଗର୍ଭବତୀଙ୍କୁ ନେଇ ଡାକ୍ତରଖାନା ଅଭିମୁଖେ ଯାଇଥିଲା

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ଉକ୍ତ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଜନନୀ ଏକ୍ସପ୍ରେସ କେନ୍ଦ୍ରାପଡ଼ା ଯାଉଥିଲା | ତେବେ ଗାଡ଼ିଟି ଦେଉଳପଡା ପଞ୍ଚାୟତ ଓରତ ଗ୍ରାମ ନିକଟରେ ଯାଉଥିବା ବେଳେ ହଠାତ ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା | ସୌଭାଗ୍ୟକୁ ଗାଡ଼ିଟି ଭରସାମ୍ୟ ନ ହରାଇ ରାସ୍ତାଉପରେ ଛିଡ଼ା ହୋଇଯାଇଥିଲା | ଡ୍ରାଇଭର ଜଣକ ଅନ୍ୟ ଏକ ଜନନୀ ଏକ୍ସପ୍ରେସ ଗାଡ଼ିକୁ ଖବର ଦେବା ପରେ ପ୍ରାୟ ୪୫ ମିନିଟ ପରେ ଅନ୍ୟ ଗାଡ଼ିଟି ପହଞ୍ଚି ଗର୍ଭବତୀଙ୍କୁ ନେଇ ଡାକ୍ତରଖାନା ଅଭିମୁଖେ ଯାଇଥିଲା | ଜନନୀ ଏକ୍ସପ୍ରେସ ଭଳି ଜରୁରୀକାଳୀନ ସେବାରେ ଲାଗିଥିବା ଗାଡ଼ିଗୁଡିକର ରକ୍ଷଣାବେକ୍ଷଣ ଠିକ ଭାବେ କରାଯାଉ ନ ଥିବାରୁ ଏଭଳି ସମସ୍ୟା ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି |

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button