ଦେଶ ବିଦେଶ
JNU Professor: ଜେଏନ୍ୟୁରୁ ବହିଷ୍କାର ପ୍ରଫେସର ତଥା କଂଗ୍ରେସ ସାଂସଦଙ୍କ ନାଁରେ ଏତଲା ରୁଜୁ
ଯୌନ ନିର୍ଯାତନା ଅଭିଯୋଗରେ ଚାକିରିରୁ ବହିଷ୍କାର ହୋଇଥିବା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପ୍ରଫେସର ତଥା କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିଛି।

ନୂଆଦିଲ୍ଲୀ: ଯୌନ ନିର୍ଯାତନା ଅଭିଯୋଗରେ ଚାକିରିରୁ ବହିଷ୍କାର ହୋଇଥିବା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ପ୍ରଫେସର ତଥା କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିଛି। ଜେଏନ୍ୟୁର ମୁଖ୍ୟ ସୁରକ୍ଷା ଅଧିକାରୀ (ସିଏସ୍ଓ) ଦାଖଲ କରିଥିବା ଅଭିଯୋଗ ଓ ଦସ୍ତାବିଜକୁ ଆଧାର କରି ରବିବାର ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ କଂଗ୍ରେସର ମଣିପୁର ସାଂସଦଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି।
ସୌଜନ୍ୟ ସମ୍ବାଦ




