ଦେଶ ବିଦେଶ

Lalchand Jewellers: ସୁନା ଅପମିଶ୍ରଣ ଠକେଇ ନେଇ ଲାଲ୍‌ଚନ୍ଦ୍‌ ପକ୍ଷରୁ ସଚେତନତା ଅଭିଯାନ

ସୁନା ଗହଣାରେ ଅଜଣା ଧାତୁର ପାଉଡର୍ ମିଶାଇ ଓଜନ ଓ ଶୁଦ୍ଧତାକୁ ନେଇ ଠକେଇ କରାଯାଉଥିବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ଏଭଳି ଠକେଇରୁ ଓଡ଼ିଶାର ଗ୍ରାହକଙ୍କୁ ସୁରକ୍ଷିତ ରଖିବା ପାଇଁ ଅଗ୍ରଣୀ ଗହଣା ବ୍ରାଣ୍ଡ୍ ଲାଲ୍‌ଚନ୍ଦ୍‌ ପକ୍ଷରୁ ସଚେତନତା ଅଭିଯାନକୁ ଜୋରଦାର କରାଯାଇଛି।

ଭୁବନେଶ୍ବର: ସୁନା ଗହଣାରେ ଅଜଣା ଧାତୁର ପାଉଡର୍ ମିଶାଇ ଓଜନ ଓ ଶୁଦ୍ଧତାକୁ ନେଇ ଠକେଇ କରାଯାଉଥିବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ଏଭଳି ଠକେଇରୁ ଓଡ଼ିଶାର ଗ୍ରାହକଙ୍କୁ ସୁରକ୍ଷିତ ରଖିବା ପାଇଁ ଅଗ୍ରଣୀ ଗହଣା ବ୍ରାଣ୍ଡ୍ ଲାଲ୍‌ଚନ୍ଦ୍‌ ପକ୍ଷରୁ ସଚେତନତା ଅଭିଯାନକୁ ଜୋରଦାର କରାଯାଇଛି। ଲାଲ୍‌ଚନ୍ଦ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଡକ୍ଟର ସଂଜୟ ହଂସ ଏ ଦିଗରେ ଗ୍ରାହକଙ୍କୁ ସତର୍କ କରାଇବା ସହ ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ସଚେତନ ହେବାକୁ ଆହ୍ବାନ ଦେଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଏକ ତଦନ୍ତ ରିପୋର୍ଟ ଅନୁସାରେ, ସୁନାରେ ରେନିୟମ୍ ନାମକ ଧାତୁର ପାଉଡର୍ ମିଶାଇ ଠକେଇ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି।

ଓଡ଼ିଶାର ଗ୍ରାହକମାନେ ମଧ୍ୟ ସତର୍କ ରହିବା ଜରୁରୀ
ଏ ସମ୍ପର୍କରେ ଲାଲ୍‌ଚନ୍ଦ୍‌ ଜୁଏଲର୍ସର ଅଧ୍ୟକ୍ଷ ଡକ୍ଟର ସଂଜୟ ହଂସ କହିଛନ୍ତି, ଏଭଳି ଠକେଇ ବିଭିନ୍ନ ଦେଶକୁ ବ୍ୟାପୁଥିବାରୁ ଓଡ଼ିଶାର ଗ୍ରାହକମାନେ ମଧ୍ୟ ସତର୍କ ରହିବା ଜରୁରୀ। ଅଜଣା ଧାତୁର ପାଉଡର୍ ମିଶାଇ ଗହଣାର ଓଜନ ବଢ଼ାଯାଉଛି। ଫଳରେ ଗ୍ରାହକ ଅଧିକ ଟଙ୍କା ଦେଇ କମ୍ ଶୁଦ୍ଧତାର ସୁନା କିଣିବାର ଆଶଙ୍କା ରହିଛି। ଏକ୍ସଆର୍‌ଭି କ୍ୟାରେଟ୍‌ ମିଟର୍‌ରେ କେବଳ ଗହଣାର ବାହାର ପାଖରେ ଥିବା ସୁନାର ପରିମାଣ ଯାଞ୍ଚ ହୋଇଥାଏ। ଗହଣା ଭିତରେ ଅନ୍ୟ ଧାତୁ ମିଶିଛି କି ନାହିଁ, ତାହା ଏହି ଯନ୍ତ୍ର ଜାଣିପାରେ ନାହିଁ। ତେଣୁ ଗହଣାକୁ ତରଳାଇ ଆସେୟିଂ ପଦ୍ଧତିରେ ପରୀକ୍ଷା କରିବା ହିଁ ପ୍ରକୃତ ଶୁଦ୍ଧତା ଜାଣିବାର ଭରସାଯୋଗ୍ୟ ଉପାୟ ବୋଲି ସେ କହିଛନ୍ତି।

ଶୁଦ୍ଧତା ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛି ଲାଲ୍‌ଚନ୍ଦ୍‌
ଗ୍ରାହକଙ୍କ ଆସ୍ଥା ଓ ଗୁଣବତ୍ତାକୁ ଗୁରୁତ୍ୱ ଦେଉଥିବା ଲାଲ୍‌ଚନ୍ଦ୍‌ ପକ୍ଷରୁ ସମସ୍ତ ୨୨ କ୍ୟାରେଟ୍ ସୁନା ଗହଣାରେ ବିଆଇଏସ୍‌ ହଲ୍‌ମାର୍କ ଓ ୨୨‌କେ୯୧୬ ଚିହ୍ନ ରହୁଛି। ଏଥିସହ ପ୍ରତ୍ୟେକ ଗହଣାରେ ୬ ଅକ୍ଷର ବିଶିଷ୍ଟ ଏଚ୍‌ୟୁଆଇଡି କୋଡ୍ ମଧ୍ୟ ରହୁଛି। ଏହାବ୍ୟତୀତ କିଣାଯାଉଥିବା ପ୍ରତ୍ୟେକ କନ୍‌ସାଇନ୍‌ମେଣ୍ଟରୁ ଅତି କମ୍‌ରେ ଗୋଟିଏ ଗହଣାକୁ ମନୋନୀତ କରି ତରଳାଇ ଏହାର ଓଜନ ଓ ଗୁଣବତ୍ତା ଯାଞ୍ଚ କରାଯାଉଛି ବୋଲି ଡକ୍ଟର ହଂସ କହିଛନ୍ତି। ଗ୍ରାହକମାନେ ଗହଣା କିଣିବା ପରେ ବିଆଇଏସ୍‌ ଆପ୍‌ରେ ଏଚ୍‌ୟୁଆଇଡି କୋଡ୍ ଯାଞ୍ଚ କରିବା ଉଚିତ। ଏଥିସହ ଗହଣାର ଓଜନ, ଶୁଦ୍ଧତା, ମୂଲ୍ୟ ଓ ଗଢ଼ା ମଜୁରି ଆଦିର ସବିଶେଷ ତଥ୍ୟ ଥିବା ବିଲ୍ ରଖିବା ଆବଶ୍ୟକ। ସନ୍ଦେହ ହେଲେ ବିଆଇଏସ୍‌ ସ୍ୱୀକୃତିପ୍ରାପ୍ତ ପରୀକ୍ଷା କେନ୍ଦ୍ରରେ ଗହଣାର ଶୁଦ୍ଧତା ଯାଞ୍ଚ କରାଇବାକୁ ଲାଲ୍‌ଚନ୍ଦ୍‌ ପରାମର୍ଶ ଦେଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button