ଦେଶ ବିଦେଶ

LPG: ଏଲ୍‌ପିଜି ଇ-କେୱାଇସି ମହଲତ ୨୩କୁ ବଢ଼ିଲା

ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ପାଇଁ ଇ-କେୱାଇସି କରିବାର ଶେଷ ତାରିଖକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ମହଲତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଥିଲା। ତୈଳ କମ୍ପାନିଗୁଡ଼ିକର ସର୍ଭର ଡାଉନ୍‌ ରହିବା ଓ ମୋବାଇଲ୍‌ ଆପ୍‌ ଠିକ୍‌ ଭାବେ କାମ କରୁ ନଥିବା ଅଭିଯୋଗ ଆସିଛି।

ନୂଆଦିଲ୍ଲୀ: ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ପାଇଁ ଇ-କେୱାଇସିକରିବାର ଶେଷ ତାରିଖକୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ମହଲତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଥିଲା। ତୈଳ କମ୍ପାନିଗୁଡ଼ିକର ସର୍ଭର ଡାଉନ୍‌ ରହିବା ଓ ମୋବାଇଲ୍‌ ଆପ୍‌ ଠିକ୍‌ ଭାବେ କାମ କରୁ ନଥିବା ଅଭିଯୋଗ ଆସିଛି। ଲୋକମାନେ ବାରମ୍ବାର ଉଦ୍ୟମ କରିବା ସତ୍ତ୍ବେ ଭେରିଫିକେସନ କରିପାରୁନାହାନ୍ତି।

ଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍‌ ଏଜେନ୍ସିଗୁଡ଼ିକରରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଠିଆ ହେବା ପରେ ଇ-କେୱାଇସି ‌ହୋଇଯିବ ବୋଲି ମଧ୍ୟ କୌଣସି ଗ୍ୟାରେଣ୍ଟି ନାହିଁ। ଇ-କେୱାଇସି ପ୍ରକ୍ରିୟା ତେଲ କମ୍ପାନିଗୁଡ଼ିକର କେନ୍ଦ୍ରୀୟ ଡିଜିଟାଲ ଭିତ୍ତିଭୂମି ଓ ସର୍ଭରକୁ ଆଧାର କରି ଚାଲୁଛି। ସର୍ଭର ଡାଉନ୍‌ ହେଲେ ସେହି ଅନୁସାରେ ଆପ୍‌ ମଧ୍ୟ ମନ୍ଥର ହୋଇଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button