Mumbai-Delhi : ମୁମ୍ବାଇ-ଦିଲ୍ଲୀ ଟ୍ରେନ୍ରେ ଅଗ୍ନି ନିର୍ବାପକ ସ୍ପ୍ରେ ପକାଇଲେ ବିଦେଶୀ, ତଦନ୍ତ ସମୟରେ ପ୍ରାଣ ହରାଇଲେ
ଗୋଲ୍ଡେନ ଟେମ୍ପଲ ଏକ୍ସପ୍ରେସ୍ରେ ମୁମ୍ବାଇରୁ ଦିଲ୍ଲୀକୁ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକଙ୍କର ଅନ୍ୟ ଜଣେ ଯାତ୍ରୀଙ୍କ ସହ ଝଗଡ଼ା ହେବାରୁ ସେ ତାଙ୍କ ଉପରକୁ ଅଗ୍ନି ନିର୍ବାପକ ସ୍ପ୍ରେ ପକାଇଥିଲୋ। ତୁରନ୍ତ ତାଙ୍କୁ ରେଳବାଇ ପୁଲିସ ଦ୍ବାରା ହାଜତକୁ ନିଆଗଲା।

ସୁରଟ: ଗୋଲ୍ଡେନ ଟେମ୍ପଲ ଏକ୍ସପ୍ରେସ୍ରେ ମୁମ୍ବାଇରୁ ଦିଲ୍ଲୀକୁ ଯାତ୍ରା କରୁଥିବା ଜଣେ ବିଦେଶୀ ନାଗରିକଙ୍କର ଅନ୍ୟ ଜଣେ ଯାତ୍ରୀଙ୍କ ସହ ଝଗଡ଼ା ହେବାରୁ ସେ ତାଙ୍କ ଉପରକୁ ଅଗ୍ନିନିର୍ବାପକ ସ୍ପ୍ରେ ପକାଇଥିଲୋ। ତୁରନ୍ତ ତାଙ୍କୁ ରେଳବାଇ ପୁଲିସ ଦ୍ବାରା ହାଜତକୁ ନିଆଗଲା। ତେବେ ମାତ୍ର କିଛି ଘଣ୍ଟା ମଧ୍ୟରେ ରେଳବାଇ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ହୋଇଯାଇଛି।
କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ସେନେଇ ପ୍ରଶ୍ନ ଉଠିଛି। ବିଦେଶୀ ନାଗରିକ ଜଣଙ୍କ ମୁମ୍ବାଇର ବାନ୍ଦ୍ରା ଟର୍ମିନସ୍ରୁ ଦିଲ୍ଲୀକୁ ଯାତ୍ରା କରୁଥିଲେ। ସାଧାରଣ ବଗିରେ ଜଣେ ବିଦେଶୀ ନାଗରିକଙ୍କର ଅନ୍ୟ ଜଣେ ଯାତ୍ରୀଙ୍କ ସହ ଝଗଡ଼ା ହେଉଥିବା ଶୁଣି ଆର୍ପିଏଫ୍ ସଦସ୍ୟମାନେ ଉକ୍ତ ବଗିରେ ପହଞ୍ଚିଥିଲେ। ସେମାନେ ବିଦେଶୀ ଯାତ୍ରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସେ ଅତ୍ୟଧିକ ଉତ୍ୟକ୍ତ ହୋଇଗଲେ ଏବଂ ଯାତ୍ରୀମାନଙ୍କ ଉପରେ ଅଗ୍ନି ନିର୍ବାପକ ସ୍ପ୍ରେ ପକାଇଲେ। ଏହି ଘଟଣା ପାଇଁ କିଛି ଯାତ୍ରୀ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ତେବେ ଟ୍ରେନ୍ ସୁରଟରେ ପହଞ୍ଚିବା ପରେ ରେଳବାଇ ପୁଲିସ ତାଙ୍କୁ ଆର୍ପିଏଫ୍ ପୋଷ୍ଟ୍କୁ ନେଇଥିଲା। ଜେରା ସମୟରେ ସେ ଅଚେତ ହୋଇପଡ଼ିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସୌଜନ୍ୟ ସମ୍ବାଦ




