ଦେଶ ବିଦେଶ

Murder: ମାଂସ ଦୋକାନ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ସହ ଝଗଡ଼ା; କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଆନ୍ଧ୍ରପ୍ରଦେଶର ଏନ୍‌ଟିଆର ଜିଲ୍ଲାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କଂସେଇ ଦୋକାନ ପରିଚାଳନ କରୁଥିବା କଥିତ ପ୍ରେମିକ ନିଜ ପ୍ରେମିକାଙ୍କୁ ମାଂସ କାଟିଲା ଭଳି କିଟ୍‌ କିଟ୍‌ କରି କାଟିଛି। ହତ୍ୟାକାଣ୍ଡ ପରେ ମୃତଦେହକୁ କେନାଲରେ ଫିଙ୍ଗି ଦେଇଛି।

ଏନ୍‌ଟିଆର: ଆନ୍ଧ୍ରପ୍ରଦେଶର ଏନ୍‌ଟିଆର ଜିଲ୍ଲାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କଂସେଇ ଦୋକାନ ପରିଚାଳନ କରୁଥିବା କଥିତ ପ୍ରେମିକ ନିଜ ପ୍ରେମିକାଙ୍କୁ ମାଂସ କାଟିଲା ଭଳି କିଟ୍‌ କିଟ୍‌ କରି କାଟିଛି। ହତ୍ୟାକାଣ୍ଡ ପରେ ମୃତଦେହକୁ କେନାଲରେ ଫିଙ୍ଗି ଦେଇଛି। ପୁଲିସକୁ ସୂଚନା ମିଳିଥିଲା ଯେ, ଗତ ୧୮ ତାରିଖ ଦିନ ଇବ୍ରାହିମପଟ୍ଟନମ ଥାନା ଅଞ୍ଚଳରେ ଭିଟିପିଏସ୍‌ କୁଲିଙ୍ଗ କେନାଲରେ ଜଣେ ମହିଳାଙ୍କର ମୃତଦେହ ମିଳିଛି। ମୃତଦେହ ଏଭଳି ଅବସ୍ଥାରେ ମିଳିଥିଲା ଯେ, ଚିହ୍ନିବା ସହଜ ନଥିଲା। ଏହା ପରେ ପୁଲିସ ନିଖୋଜ ମହିଳାମାନଙ୍କର ତଥ୍ୟ ସଂଗ୍ରହ କରିବା ସହିତ ତଦନ୍ତ ଆଗକୁ ବଢ଼ାଇ ପରିଚୟ ପାଇଥିଲା।

ପୁଲିସ କହିବା ଅନୁସାରେ ମୃତ ମହିଳା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ମଙ୍ଗଳଗିରି ନିବାସୀ କଲ୍ୟାଣୀ ଓରଫ ଦୁର୍ଗା। ସେ ନିଜର ସ୍ବାମୀ ଏବଂ ପରିବାର ଛାଡ଼ି ଏକାକୀ ରହୁଥିଲେ। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ସେ ବିଜୟୱାଡାର ଭବାନୀପୁରମ ଅଞ୍ଚଳର ମାଂସ ଦୋକାନ ପରିଚାଳନା କରୁଥିବା ଜଣେ ବ୍ୟକ୍ତିଙ୍କ ସହିତ ସଂପର୍କରେ ଥିଲେ।

ତଦନ୍ତରୁ ଜଣା ପଡ଼ିଥିଲା ଯେ, କଲ୍ୟାଣୀ ଏବଂ ମାଂସ ଦୋକାନ ପରିଚାଳନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଗତ ୧୭ ତାରିଖ ଦିନ ଟଙ୍କାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସକୁ ସନ୍ଦେହ ହୋଇଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ମୃତଦେହକୁ ଖଣ୍ଡଖଣ୍ଡ କରି ଭିଟିପିଏସ୍‌ କେନାଲରେ ଫିଙ୍ଗି ଦେଇଥିଲେ। ଶବର ଚି‌ହ୍ନ ଯେପରି ନମିଳିବ ଅଭିଯୁକ୍ତମାନେ ସେହିଭଳି ଯୋଜନା କରିଥିଲେ ଏବଂ ଏହାକୁ କେନାଲରେ ଫିଙ୍ଗି ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button