ମନୋରଞ୍ଜନ

Nana Patekar Cricket Connection: ବିରାଟ କୋହଲି ଆଉଟ୍ ହେଲେ ଖାଇବା ଛାଡ଼ି ଦେଉଥିଲେ ନାନା ! କ୍ରିକେଟ୍ ପାଇଁ ଥିଲେ ପାଗଳ

ମୁମ୍ୱାଇ, ୮।୧୦: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ଗୁରୁବାର ଅର୍ଥାତ୍ ଅକ୍ଟୋବର ୮ ତାରିଖରେ ସେ ଦୁନିଆକୁ ବିଦାୟ ଦେଇଛନ୍ତି । ଗୋଆ ସ୍ଥିତ ନିଜ ବାସଭବନରେ ତାଙ୍କୁ ଗମ୍ଭୀର ହୃଦ୍‌ଘାତ ହୋଇଥିଲା । ଡାକ୍ତରୀ ଦଳକୁ ତୁରନ୍ତ ଡକାଯାଇଥିଲା, କିନ୍ତୁ ସେତେବେଳକୁ ସେ ଅଚେତ ହୋଇସାରିଥିଲେ । ତାଙ୍କୁ ମଣିପାଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବା ପାଇଁ ଶ୍ରେଷ୍ଠ ପ୍ରୟାସ କରିଥିଲେ । ସକାଳ ୫ଟା ୨୦ ମିନିଟ୍‌ରେ ଡାକ୍ତରୀ ଦଳ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

କ୍ରିକେଟ୍ ପ୍ରତି ଗଭୀର ନିଶା ଏବଂ ପିଲାଦିନର ସ୍ମୃତି:

ନାନା ପାଟେକର କେବଳ ଜଣେ ଦିଗ୍ଗଜ ଅଭିନେତା ନଥିଲେ, ବରଂ କ୍ରିକେଟ୍ ପ୍ରତି ମଧ୍ୟ ତାଙ୍କର ପ୍ରବଳ ଅନୁରକ୍ତି ଥିଲା । ୨୦୧୫ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ସେ କ୍ରିକେଟକୁ ନେଇ ନିଜ ପିଲାଦିନର ଅନେକ କଥା ସେୟାର କରିଥିଲେ । ସେ କହିଥିଲେ ଯେ ସେ ପିଲାଦିନେ ଜଣେ ଭଲ କ୍ରିକେଟର୍ ଥିଲେ ଏବଂ ଅଫ୍ ସ୍ପିନ ପାଟର୍ନରେ ବୋଲିଂ କରୁଥିଲେ । ସେତେବେଳେ କ୍ରିକେଟ୍ ବିଷୟରେ ଆଲୋଚନା କରି ନାନା କହିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ସେ ଟିଭି ସାମ୍ନାରୁ ହଟୁନଥିଲେ । ପୁରୁଣା ଦିନଗୁଡ଼ିକୁ ମନେ ପକାଇ ସେ କହିଥିଲେ- “ପିଲାଦିନେ ମୁଁ ଜଣେ ଅଫ୍ ସ୍ପିନ୍ ବୋଲର ଥିଲି । ସେତେବେଳେ ଆମେ ଗରିବ ଥିଲୁ ଏବଂ ପକେଟ୍‌ରେ କ୍ରିକେଟ୍ ଶିଖିବା ପାଇଁ ପଇସା ନଥିଲା । ଏଭଳି ପରିସ୍ଥିତିରେ ମୁଁ ଶିବାଜୀ ପାର୍କକୁ ଚାଲିଯାଉଥିଲି ଏବଂ ସେଠାରେ ନେଟ୍ ପ୍ରାକ୍ଟିସ୍ କରୁଥିବା ଖେଳାଳିମାନଙ୍କ ପାଇଁ ବୋଲିଂ କରୁଥିଲି ।” ସାକ୍ଷାତକାରରେ ସେ କହିଥିଲେ ଯେ ଆଜି ବି ମାତ୍ର ୧୦ ଦିନ ପ୍ରାକ୍ଟିସ୍ କଲେ ସେ ଭଲ ବୋଲିଂ କରିପାରିବେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button