Nana Patekar Education: ଅଭିନୟରେ ଦିଗ୍ଗଜ, ପାଠପଢ଼ାରେ କେମିତି ଥିଲେ ନାନା ପାଟେକର ? ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ମୁମ୍ୱାଇ, ୮।୧୦: ବଲିଉଡ୍ର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ଗୋଆରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ, ହୃଦ୍ଘାତ କାରଣରୁ ତାଙ୍କର ଦେହାନ୍ତ ହୋଇଛି । ଆଜି ସକାଳ ୫ଟା ୨୦ ମିନିଟ୍ରେ ନିଜ ବାସଭବନରେ ହୃଦ୍ଘାତ ହେବା ପରେ ଲଗାତାର ୪୫ ମିନିଟ୍ ଧରି ସିପିଆର ଦିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରି ନଥିଲା । ଏହି ଘଟଣାରେ ଏକ ମେଡିକୋ-ଲିଗାଲ କେସ୍ ରୁଜୁ କରାଯାଇଛି ଏବଂ ଶବ କରାଯିବ । ଆସନ୍ତୁ ଜାଣିବା ନାନା ପାଟେକର କେତେ ପାଠ ପଢ଼ିଥିଲେ ଏବଂ ତାଙ୍କ ଜୀବନର କିଛି ଅଜଣା କଥା ।
ଶିକ୍ଷା ଏବଂ କଲେଜ ଜୀବନ:
ନାନା ପାଟେକର ନିଜର ପ୍ରାରମ୍ଭିକ ସ୍କୁଲ୍ ପାଠପଢ଼ା ମୁମ୍ବାଇର ସମର୍ଥ ବିଦ୍ୟାଳୟରୁ ସମ୍ପୂର୍ଣ୍ଣ କରିଥିଲେ । ସ୍କୁଲ୍ ପାଠପଢ଼ା ପରେ ସେ ମୁମ୍ବାଇର ପ୍ରସିଦ୍ଧ ସାର୍ ଜେ.ଜେ. ସ୍କୁଲ୍ ଅଫ୍ ଆର୍ଟ ଏବଂ ସାର୍ ଜେ.ଜେ. ଇନଷ୍ଟିଚ୍ଯୁଟ୍ ଅଫ୍ ଆପ୍ଲାଏଡ୍ ଆର୍ଟ୍ସରେ ନାମଲେଖାଇଥିଲେ । ସେ ଏହି ସଂସ୍ଥାରୁ ଆପ୍ଲାଏଡ୍ ଆର୍ଟରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ । ପାଠପଢ଼ା ଶେଷ କରିବା ପରେ ସେ କିଛି ସମୟ ପାଇଁ ଜଣେ କମର୍ସିଆଲ୍ ଆର୍ଟିଷ୍ଟ ଭାବେ ଏକ ବିଜ୍ଞାପନ ଏଜେନ୍ସିରେ ମଧ୍ୟ କାମ କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ସେ ଅଭିନୟ ପାଇଁ ଛାଡ଼ିଦେଇଥିଲେ ।
ନାନା ପାଟେକରଙ୍କ ପ୍ରକୃତ ନାମ:
ତାଙ୍କର ପ୍ରକୃତ ନାମ ବିଶ୍ୱନାଥ ପାଟେକର । ପିଲାଦିନେ ତାଙ୍କର ଜଣେ ସାନ ଭଉଣୀ ତାଙ୍କୁ ଭଲରେ ‘ନାନା’ ବୋଲି ଡାକୁଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି ନାମ ହିଁ ତାଙ୍କର ପରିଚୟ ପାଲଟିଗଲା । ତାଙ୍କ ପାସ୍ପୋର୍ଟ ଏବଂ ଆଧାର କାର୍ଡରେ ମଧ୍ୟ ‘ନାନା ପାଟେକର’ ନାମ ହିଁ ରହିଛି ।
ସୌଜନ୍ୟ ପ୍ରମେୟ




