ଦେଶ ବିଦେଶ

Nobel for 3 scientists: ‘ଅପ୍ଟୋଜେନେଟିକ୍ସ’ ଗବେଷଣା ପାଇଁ… ୩ ବୈଜ୍ଞାନିକଙ୍କୁ ନୋବେଲ

ଚଳିତ ବର୍ଷର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ଲ ଡେସେରୋଥ୍‌, ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲ୍‌ଙ୍କୁ ସେମାନଙ୍କର ‘ଲାଇଟ୍-ଗେଟେଡ୍ ଆୟନ ଚ୍ୟାନେଲ୍ସ’ ଏବଂ ‘ଅପ୍ଟୋଜେନେଟିକ୍ସ’ ଗବେଷଣା ପାଇଁ ମିଳିତ ଭାବେ ଏହି ସମ୍ମାନଜନକ ପୁରସ୍କାର...

ଷ୍ଟକହୋମ୍: ଚଳିତ ବର୍ଷର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ  ନୋବେଲ ପୁରସ୍କାର  ଆଜି ଘୋଷଣା କରାଯାଇଛି। କାର୍ଲ ଡେସେରୋଥ୍‌, ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲ୍‌ଙ୍କୁ ସେମାନଙ୍କର ‘ଲାଇଟ୍-ଗେଟେଡ୍ ଆୟନ ଚ୍ୟାନେଲ୍ସ’ ଏବଂ ‘ଅପ୍ଟୋଜେନେଟିକ୍ସ’ ଗବେଷଣା ପାଇଁ ମିଳିତ ଭାବେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।   ଚଳିତ ବର୍ଷ ପୁରସ୍କାର ବିଜେତା (ବ୍ୟକ୍ତି, ଗୋଷ୍ଠୀ କିମ୍ବା ସଂଗଠନ)ମାନଙ୍କୁ ମୋଟ ୧୨ ମିଲିୟନ ସ୍ୱିଡିସ କ୍ରୋନର (ପ୍ରାୟ ୧.୨ ମିଲିୟନ ଡଲାର)ର ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଆଲୋକ ଦ୍ୱାରା ମସ୍ତିଷ୍କର ସ୍ନାୟୁ କୋଷକୁ ନିୟନ୍ତ୍ରଣ କରିବା ପ୍ରଯୁକ୍ତି ପାଇଁ ୨ ଜର୍ମାନ ଓ ଜଣେ ଆମେରିକୀୟ ପୁରସ୍କୃତ

ନୋବେଲ କମିଟି ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦିଆଯାଇଛି ଯେ, ଚିକିତ୍ସା କ୍ଷେତ୍ରରେ ବୈଜ୍ଞାନିକମାନଙ୍କର ଏହି ଗବେଷଣା ମାଧ୍ୟମରେ ଏକ ଜୀବନ୍ତ ମସ୍ତିଷ୍କ ଭିତରେ ଥିବା  ସ୍ନାୟୁ କୋଷ (ନର୍ଭ ସେଲ୍ସ)ର ସକ୍ରିୟତାକୁ ଆଲୋକ ସାହାଯ୍ୟରେ ଚାଲୁ କରାଯାଇପାରିବ କିମ୍ବା ବନ୍ଦ କରାଯାଇପାରିବ। ବର୍ତ୍ତମାନ ଏହି ଅତ୍ୟାଧୁନିକ ପଦ୍ଧତି ସାରା ବିଶ୍ୱର ବିଭିନ୍ନ ଗବେଷଣାଗାରରେ ମସ୍ତିଷ୍କର ଅନେକ ରହସ୍ୟ ଉନ୍ମୋଚନ କରିବା ପାଇଁ ବ୍ୟବହୃତ ହେଉଛି ବୋଲି କମିଟି ପ୍ରଶଂସା କରିଛି। ଏହି ୩ ଜଣିଆ ବିଜେତାଙ୍କ ମଧ୍ୟରେ ଦୁଇଜଣ ଜର୍ମାନୀର ଏବଂ ଜଣେ ଆମେରିକୀୟ ଗବେଷକ ସାମିଲ ଅଛନ୍ତି, ଯେଉଁମାନେ ଚିକିତ୍ସା
ବିଜ୍ଞାନ କ୍ଷେତ୍ରରେ ଏହି ଯୁଗାନ୍ତକାରୀ ଆବିଷ୍କାର କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button