ରାଜ୍ୟ

Odisha bandh: ଇଣ୍ଡି ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, ଟ୍ରେନ୍, ବସ୍ ଓ ଅଟୋ ଚଳାଚଳ ଠପ୍‌

ଭୁବନେଶ୍ୱର ୦୮/୧୦: କଂଗ୍ରେସ ନେତୃତ୍ୱାଧୀନ “ଇଣ୍ଡିଆ ବ୍ଲକ୍’ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମ୍ଏମ୍ଡିଆର ବିଲ୍ ପ୍ରତ୍ୟାହାର ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ କଂଗ୍ରେସ ଓ ବାମ ଦଳ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନରେ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ୍), ଏନ୍ସିପି, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଆରଜେଡି, ଜେଏମ୍ଏମ୍ ସାମିଲ ହୋଇଛି । ଏ ନେଇ ଆଜି ଭୁବନେଶ୍ୱରରେ ଏକ ପଦଯାତ୍ରା ଓ ବାଇକ୍ ରାଲି କରାଯାଇଛି। ବନ୍ଦ ପାଳନ ବେଳେ ଗାଡ଼ି ମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆଜି ସକାଳୁ ସକାଳୁ ଓଡ଼ିଶା ବନ୍ଦ ପ୍ରଭାବ ରାଜଧାନୀ ଭୁବନେଶ୍ବରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତାରୋକ କରିଥିଲେ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ କଂଗ୍ରେସ ଓ ଇଣ୍ଡିଆ ବ୍ଲକ୍ କର୍ମକର୍ତ୍ତା ହରତାଳ କରୁଛନ୍ତି । ରେଳ ଷ୍ଟେସନକୁ ପ୍ରବେଶ ଉଦ୍ୟମ ବେଳେ ପୁଲିସ ସହ ଇଣ୍ଡିଆ ବ୍ଲକର କର୍ମୀଙ୍କ ମଧ୍ୟରେ ଠେଲା ପେଲା ପରିସ୍ଥିତି ସୃଷ୍ଟି ହୋଇଛି ।

ସେହିପରି କଟକ ରେଳ ଷ୍ଟେସନରେ ଟ୍ରେନ ରୋକିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ କର୍ମୀ। ଫଳରେ ଆର୍ପିଏଫ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଦେଖିବାକୁ ମିଳିଛି। ସେହିପରି ବନ୍ଦର ପ୍ରଭାବ ବାଲେଶ୍ବର ସୋରରେ ଦେଖିବାକୁ ମିଳିଛି । ଉତ୍ତରେଶ୍ୱର ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ଫଳରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଭଦ୍ରକରେ ରାସ୍ତାରେ ଟାୟାର ଜାଳି ଆନ୍ଦେଳନ ଜାରି ରହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button