ରାଜ୍ୟ

Low Pressure Update: ଆଜି ଘୂର୍ଣ୍ଣିବଳୟ ନେବ ଲଘୁଚାପ ରୂପ, ଆଜି ୬ ଜିଲ୍ଲାକୁ ଅରେଞ୍ଜ, ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର,୨୯/୦୮:  ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ  ସଂଲଗ୍ନ  ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳରେ ଶନିବାର ଲଘୁଚାପ ସୃଷ୍ଟି  ହେବ । ଏହା ପ୍ରଭାବରେ ଆସନ୍ତା  ୩ ତାରିଖ ଯାଏ ରାଜ୍ୟରେ ପ୍ରବଳ  ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା,  ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ  ଓଡ଼ିଶାରେ ଭାରୀ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ଶନିବାର ବାଲେଶ୍ୱର, ଭଦ୍ରକ,  ଜଗତସଂହପୁର, କେନ୍ଦୁଝର,  କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ  ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଯାଜପୁର, କଟକ,  ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,  ସମ୍ବଲପୁର, ଦେବଗଡ଼, ଅନୁଗୋଳ,  ଢେଙ୍କାନାଳ, ସୋନପୁର, ସୁବର୍ଣ୍ଣପୁର,  ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି,  କନ୍ଧମାଳ, ନବରଙ୍ଗପୁର, ପୁରୀ,  ଖୋର୍ଦ୍ଧା ଓ ନୟାଗଡ଼ରେ ୪ ପ୍ରବଳ ବର୍ଷା ସମ୍ଭାବନା ଅଛି । ରବିବାର ବା ୩୦ ତାରିଖରେ  ମୟୂରଭଞ୍ଜରେ ଭୀଷଣ ବର୍ଷା ଆଶଙ୍କା ଥିବାରୁ ରେଡ୍‌ ୱାର୍ଣ୍ଣିଂ  ଜାରି କରାଯାଇଛି ।

ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର  ଅନେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ୩୧  ତାରିଖରେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ  ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶାରେ  ବି ଅଧିକ ଢାଳିବ । ୧ ତାରିଖରେ ପଶ୍ଚିମ ଓଡ଼ିଶାର  ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨ ଓ  ୩ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଭାରୀ  ବର୍ଷା ସମ୍ଭାବନା ଅଛି ।

ସେପଟେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଖସିଛି ।  ମୁଣ୍ଡଳୀରେ ଏବେ ସେକେଣ୍ଡକୁ ୫ଲକ୍ଷ ୧୧ହଜାର  ଘନଫୁଟ ଜଳ ପ୍ରବାହିତ ହେଉଛି । ନରାଜଠାରେ  ମହାନଦୀର ଜଳସ୍ତର ୨୫.୪୯ ମିଟର ରହିଥିଲା ।  ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୨୦.୭୭  ମିଟର ଥିଲା । ଆଖୁଆପଦାଠାରେ ବୈତରଣୀ ନଦୀରେ  ୧୭.୪୭ ମିଟର ଜଳ ପ୍ରବାହିତ ହେଉଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button