ଦେଶ ବିଦେଶ

Rahul Gandhi FIR: ରାହୁଲ ଗଣତନ୍ତ୍ର ପାଇଁ ଲଢ଼ୁଛନ୍ତି, ‘ଦୁଇ କୁଚକ୍ରୀ’ ଏତଲା ରୁଜୁ କରିବାରେ ବ୍ୟସ୍ତ: କଂଗ୍ରେସ

ନିର୍ବାଚନ କମିସନ୍‌ର କାର୍ଯ୍ୟପ୍ରଣାଳୀରେ ଅନିୟମିତତାକୁ ବିରୋଧ କରି ଅକ୍ଟୋବର ୬ ତାରିଖରେ ଆନ୍ଦୋଳନ କରିଥିବା କଂଗ୍ରେସ ନେତାମାନେ ବିନା ଅନୁମତିରେ ଆକାଶବାଣୀ ଭବନରେ ପ୍ରବେଶ କରିଥିଲେ। ଏଥିପାଇଁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ...

ନୂଆଦିଲ୍ଲୀ: ନିର୍ବାଚନ କମିସନ୍‌ର କାର୍ଯ୍ୟପ୍ରଣାଳୀରେ ଅନିୟମିତତାକୁ ବିରୋଧ କରି ଅକ୍ଟୋବର ୬ ତାରିଖରେ ଆନ୍ଦୋଳନ କରିଥିବା କଂଗ୍ରେସ ନେତାମାନେ ବିନା ଅନୁମତିରେ ଆକାଶବାଣୀ ଭବନରେ ପ୍ରବେଶ କରିଥିଲେ। ଏଥିପାଇଁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ନେତା ଓ ସମର୍ଥକଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏତଲା ରୁଜୁ କରିଛି। ଏହାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛି।

କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ରାହୁଲ ଗାନ୍ଧୀ ଏସ୍‌ଆଇଆର୍‌ (ସ୍ୱତନ୍ତ୍ର ସଘନ ସଂଶୋଧନ) ମାଧ୍ୟମରେ ଭୋଟର ତାଲିକାରେ ହେଉଥିବା ଅନିୟମିତତା ବିରୋଧରେ ଲଢ଼େଇ କରୁଥିବା ବେଳେ ସରକାର ଏତଲା ରୁଜୁ କରିବାରେ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ‘ଦୁଇ କୁଚକ୍ରୀ’ ଅତ୍ୟନ୍ତ ହତାଶ ହୋଇପଡ଼ିଛନ୍ତି ବୋଲି ସେ କହିଛନ୍ତି। ରମେଶଙ୍କ ଅଭିଯୋଗ ଅନୁଯାୟୀ, ଏସ୍‌ଆଇଆର୍‌ ପ୍ରକ୍ରିୟା ଯୋଗୁଁ ବହୁ ସଂଖ୍ୟକ ପ୍ରକୃତ ଭୋଟର ସେମାନଙ୍କ ସାମ୍ବିଧାନିକ ଭୋଟ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୬ ତାରିଖରେ ଇଣ୍ଡି ମେଣ୍ଟ ସାଂସଦମାନେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରି ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇବା ପରେ ଅନେକ ନେତା ଆକାଶବାଣୀ ଭବନ ଭିତରେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ। ଏହି ଘଟଣାରେ ପ୍ରାୟ ୨୬୦ ଜଣଙ୍କୁ ଅଟକ ରଖାଯାଇଥିଲା। ଏତଲାକୁ ନେଇ କଂଗ୍ରେସ ନେତା କେ.ସି. ବେଣୁଗୋପାଳ କହିଛନ୍ତି ଯେ, ଏଭଳି ମାମଲା ଦଳକୁ ଆନ୍ଦୋଳନରୁ ପଛକୁ ହଟାଇପାରିବ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ଦଳ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି। ସାଂସଦ ଦୀପେନ୍ଦର ସିଂହ ହୁଡ୍ଡା ମଧ୍ୟ ଏଫ୍‌ଆଇଆର୍‌କୁ ନେଇ କଂଗ୍ରେସ ଭୟଭୀତ ହେବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ବିଜେପି ମଧ୍ୟ କଂଗ୍ରେସକୁ ସମାଲୋଚନା କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button