ଦେଶ ବିଦେଶ

Rain Shortage ନିଅଣ୍ଟିଆ ବର୍ଷାରେ ଝାରସୁଗୁଡ଼ାର ୧୧ ପଞ୍ଚାୟତରେ ଧାନ ଫସଲ ନଷ୍ଟ ଆଶଙ୍କା, ଜଳସେଚନ ଅଭାବରେ ଚାଷୀ ହନ୍ତସନ୍ତ

Rain Shortage ନିଅଣ୍ଟିଆ ବର୍ଷାରେ ଝାରସୁଗୁଡ଼ାର ୧୧ ପଞ୍ଚାୟତରେ ଧାନ ଫସଲ ନଷ୍ଟ ଆଶଙ୍କା, ଜଳସେଚନ ଅଭାବରେ ଚାଷୀ ହନ୍ତସନ୍ତ

ଲଇକେରା (ଭରତ ପାତ୍ର):  ନିଅଣ୍ଟିଆ ବର୍ଷା ଯୋଗୁଁ ଝାରସୁଗୁଡ଼ାର ଲଇକେରା ବ୍ଲକର ୧୧ଟି ପଞ୍ଚାୟତରେ ଚାଷଜମି ଶୁଖିଲା ପଡ଼ିଛି। ବର୍ଷା ଅଭାବରୁ ଧାନଫସଲ ଉଜୁଡ଼ିବାକୁ ବସିଛି। ଅପରପକ୍ଷରେ, ନିକଟରେ କେନାଲ୍‌ ଥିଲେ ମଧ୍ୟ ଜଳସେଚନର ସୁବିଧା ନଥିବାରୁ ନିଅଣ୍ଟିଆ ବର୍ଷା ଚାଷୀଙ୍କ ନିମନ୍ତେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି।

କୃଷି ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍‌ ମାସରେ ୭୯ ମିଲିମିଟର, ଜୁଲାଇରେ ୬୩୬ ମିଲିମିଟର, ଅଗଷ୍ଟରେ ୩୯୬ ମିଲିମିଟର ଓ ସେପ୍ଟେମ୍ବରରେ ୧୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ଠାରୁ କମ୍ ବର୍ଷା ଅଟେ। ବର୍ଷା ଭରସାରେ ଫସଲ ହେଉଥିବା ଚାଷଜମି ସମ୍ପ୍ରତି ଶୁଖିଲା ପଡ଼ିଛି। କୃଷି ଅଧିକାରୀ ଦୀପ୍ତି ଭୋଏ କହିଛନ୍ତି,  ଧାନ ଫସଲର ଥୋଡ଼ ବାହାରିବା ସମୟ ହୋଇଥିବାରୁ ଏହି ସମୟରେ ପାଣିର ଅଭାବ ହେଲେ ଧାନରେ ଅଗାଡ଼ି ବଢ଼ିବା ସହ ଉତ୍ପାଦନ ହ୍ରାସ ପାଇବାର ଆଶଙ୍କା ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button