ରାଜ୍ୟ

Ranks First in Housing Construction ପିଏମଏୱାଇ-(ସହରାଞ୍ଚଳ) ୨.୦ କାର୍ଯ୍ୟାନ୍ବୟନରେ ଓଡ଼ିଶା ପୁରସ୍କୃତ

PMAY-U 2.0 କାର୍ଯ୍ୟାନ୍ୱୟନରେ ଓଡ଼ିଶାକୁ ଜାତୀୟ ସ୍ୱୀକୃତି। ରାଜ୍ୟରେ ୨୪,୬୨୫ ଘର ମଞ୍ଜୁର ହୋଇଥିବା ବେଳେ ଘର ନିର୍ମାଣ ସମାପ୍ତିରେ ଓଡ଼ିଶା ଦେଶରେ ପ୍ରଥମ।

ଭୁବନେଶ୍ୱର:  ବିଶ୍ୱ ଆବାସ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -ସହରୀ (PMAY-U) ଅଧୀନରେ ଆବାସ ଆବଣ୍ଟନ ଓ ନିର୍ମାଣ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ପାଇଁ ଓଡ଼ିଶାକୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ଭାରତ ସରକାରଙ୍କ ଗୃହନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ  ପିଏମ୍‌ଏୱାଇ-ସହରାଞ୍ଚଳ ପୁରସ୍କାର ୨.୦ରେ ଓଡ଼ିଶାକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଏହି ପୁରସ୍କାରକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି,  ସହରାଞ୍ଚଳ ଆବାସ କ୍ଷେତ୍ରରେ ସଂସ୍କାରକୁ ସୁଦୃଢ଼ କରିବା ସହ ଆବାସ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶାର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପ୍ରତ୍ୟେକ ଯୋଗ୍ୟ ସହରାଞ୍ଚଳ ପରିବାରକୁ ସମ୍ମାନଜନକ ଓ ସୁରକ୍ଷିତ ଆବାସ ସୁଯୋଗ ଯୋଗାଇବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button