Rice crop disease: ଧାନ ଫସଲରେ ପତ୍ରପଡା ରୋଗ, ଚିନ୍ତାରେ ଚାଷୀ
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଏବେ ଧାନ ଫସଲରେ ପତ୍ରପଡ଼ା ରୋଗ ଦେଖା ଦେଇଛି। ଚଳିତ ଖରିଫ ଋତୁରେ ଠିକ୍ ସମୟରେ ବର୍ଷା ଭଲ ହୋଇଥିବାରୁ ଧାନ ଗଛ ମଧ୍ୟ ଭଲ ବଢିଥିଲା ବେଳେ ହଠାତ୍ ପତ୍ର ମୁଡି ହୋଇ...

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡରେ ଏବେ ଧାନ ଫସଲରେ ପତ୍ରପଡ଼ା ରୋଗ ଦେଖା ଦେଇଛି। ଚଳିତ ଖରିଫ ଋତୁରେ ଠିକ୍ ସମୟରେ ବର୍ଷା ଭଲ ହୋଇଥିବାରୁ ଧାନ ଗଛ ମଧ୍ୟ ଭଲ ବଢିଥିଲା ବେଳେ ହଠାତ୍ ପତ୍ର ମୁଡି ହୋଇ ହଳଦିଆ ପଡିଯିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଏହା ପତ୍ର ପୋଡ଼ା ରୋଗ ବୋଲି ଚାଷୀ ମାନେ କହିଛନ୍ତି। ବିଶେଷ କରି ରାଇରଙ୍ଗପୁର,ବିଶୋଇ, ବିଜାତଳା,ବହଳଦା,ଜାମଦା,କୁସୁମୀ, ତିରିଂ ପ୍ରଭୃତି ବ୍ଲକ ଅଞ୍ଚଳର ବିଲରେ ଏହି ରୋଗ ବ୍ୟାପିବାରେ ଲାଗିଛି। ପତ୍ରପଡା ପୋକ ପତ୍ରକୁ ମୁଡି ଭିତରେ ରହି ସବୁଜ ଅଂଶ ଖାଇ ଦେଉଛି, ଫଳରେ ଗଛ ଦୁର୍ବଳ ହୋଇଯାଉଛି।
ରାଇରଙ୍ଗପୁର ଜିଲ୍ଲା କୃଷି ଅଧିକାରୀ ଜୁନମୟୀ ମହାନ୍ତିଙ୍କ ସହିତ ଯୋଗାଯୋଗ କରିବାରୁ କିଛି କିଛି ଜମିରେ ପତ୍ରପୋଡା ରୋଗ ଲାଗିଥିବାର ଦେଖିବାକୁ ମିଳୁଛି।ଏନେଇ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସଚେତନତା କରାଯାଉଛି। ଚାଷୀ ମାନଙ୍କୁ କପର ଅକ୍ସିକ୍ଲୋରାଇଡ୍ ଯୁକ୍ତ ପ୍ଲାଣ୍ଟୋମାଇସିନ୍ କିମ୍ବା ଷ୍ଟ୍ରେପ୍ଟୋମାଇସିନ୍ ଠିକ୍ ପରିମାଣର ସ୍ପ୍ରେ କରିବାକୁ ପରାମର୍ଶ ଦିଆଯାଇଛି।
ସୌଜନ୍ୟ ସମ୍ବାଦ




