Road Accident: ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍ଅପ୍କୁ ଟ୍ରକ୍ର ଧକ୍କା, ୮ ମୃତ
ମଧ୍ୟପ୍ରଦେଶର ଗ୍ୱାଲିଅରରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଧାନ ରୁଆ କାମ ସାରି ଘରକୁ ଫେରୁଥିବା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଲୋଡିଂ ପିକ୍ଅପ୍ ଭ୍ୟାନ୍କୁ ସାମ୍ନାପଟୁ ଆସୁଥିବା ଟ୍ରକ୍ ଧକ୍କା ଦେବାରୁ ଘଟିଛି ଭୟଙ୍କର ଦୁର୍ଘଟଣା।

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଧାନ ରୁଆ କାମ ସାରି ଘରକୁ ଫେରୁଥିବା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଲୋଡିଂ ପିକ୍ଅପ୍ ଭ୍ୟାନ୍କୁ ସାମ୍ନାପଟୁ ଆସୁଥିବା ଟ୍ରକ୍ ଧକ୍କା ଦେବାରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ଭୟାବହତା ଦେଖି ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା ।
ମଧ୍ୟରାତ୍ରିରେ ଛିମକ ଗାଁ ନିକଟରେ ଦୁର୍ଘଟଣା
ସୂଚନା ଅନୁସାରେ, ଗ୍ୱାଲିଅର ଅନ୍ତର୍ଗତ ଗୋହଦ ଚୌରାହା ଥାନା ଅଞ୍ଚଳରେ ନ୍ୟାସନାଲ ହାଇୱେ-୭୧୯ର ଛିମକ ଗାଁ ନିକଟରେ ଅଧରାତିରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରମିକମାନଙ୍କୁ ନେଇ ଯାଉଥିବା ପିକ୍ଅପ୍ ଭ୍ୟାନ୍ ଏବଂ ଏକ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଧକ୍କା ପରେ ପିକ୍ଅପ୍ ଭ୍ୟାନ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ହାଇୱେ ଉପରେ ଗାଈମାନେ ବସିଥିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




