ରାଜ୍ୟ

Car: ଘର ଭିତରେ ପଶିଗଲା କାର୍‌: ଦୁଇଟି ସିଲେଇ ମେସିନ୍‌ ଓ ଫ୍ରିଜ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ

ଭୋର୍‌ରେ ଘରେ ପଶିଲା ଦ୍ରୁତଗାମୀ କାର୍‌। ଭାଙ୍ଗିଗଲା ଘରର ଆସବାବପତ୍ର, ନଷ୍ଟ ହେଲା ଦୁଇଟି ସିଲେଇ ମେସିନ୍‌ ଓ ଫ୍ରିଜ୍‌। ଅଳ୍ପକେ ବର୍ତ୍ତିଗଲେ ଘରେ ଶୋଇଥିବା ପରିବାରର ୪ ସଦସ୍ୟ। ଏଭଳି ଏକ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ।

ପାରଳାଖେମୁଣ୍ଡି: ଭୋର୍‌ରେ ଘରେ ପଶିଲା ଦ୍ରୁତଗାମୀ କାର୍‌। ଭାଙ୍ଗିଗଲା ଘରର ଆସବାବପତ୍ର, ନଷ୍ଟ ହେଲା ଦୁଇଟି ସିଲେଇ ମେସିନ୍‌ ଓ ଫ୍ରିଜ୍‌। ଅଳ୍ପକେ ବର୍ତ୍ତିଗଲେ ଘରେ ଶୋଇଥିବା ପରିବାରର ୪ ସଦସ୍ୟ। ଏଭଳି ଏକ ଦୁର୍ଘଟଣାଘଟିଛି ଗଜପତିଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ।

ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର୍‌

ସୂଚନା ଅନୁଯାୟୀ, ଆଜି ଭୋର୍‌ରେ ଏକ କାର୍‌ ମୋହନାରୁ ଚାନ୍ଦିପୁଟ ଅଭିମୁଖେ ଯାଉଥିବାବେଳେ ପିଣ୍ଡିକି ଗାଁ ନିକଟରେ ଭାରସାମ୍ୟ ହରାଇଥିଲା। ଫଳରେ ରାସ୍ତାକଡ଼ରେ ଥିବା ହର ପ୍ରସାଦ ବିଷୋୟୀଙ୍କ ଘର ଭିତରକୁ କାର୍‌ଟି ପଶିଯାଇଥିଲା। କାର୍‌ ଧକ୍କାରେ ଘରେ ଥିବା କିରାଣି ସାମଗ୍ରୀ ସମେତ ବହୁ ଆସବାବପତ୍ର ନଷ୍ଟ ହୋଇଥିବାବେଳେ ଦୁଇଟି ସିଲେଇ ମେସିନ୍‌ ଓ ଫ୍ରିଜ୍‌ ଭାଙ୍ଗିଯାଇଛି। ତେବେ ଦୁର୍ଘଟଣା ସମୟରେ ହରପ୍ରସାଦଙ୍କ ସମେତ ତାଙ୍କ ପତ୍ନୀ, ପୁଅ ଓ ଝିଅ ଘରର ପଛପଟେ ଥିବା ଅନ୍ୟ ଏକ କୋଠରିରେ ଶୋଇଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ହରପ୍ରସାଦ ବିଭିନ୍ନ ସ୍ଥାନରୁ ଋଣ କରି ଘରେ ଏକ ଛୋଟିଆ ଦୋକାନ କରିଥିଲେ। ସିଲେଇ ମେସିନ୍‌ ମାଧ୍ୟମରେ ମଧ୍ୟ ରୋଜଗାର କରୁଥିଲେ। ହେଲେ ଦୁର୍ଘଟଣାରେ ଦୋକାନ ସାମଗ୍ରୀ ଓ ରୋଜଗାରର ମାଧ୍ୟମ ନଷ୍ଟ ହୋଇଯିବା ପରେ ଏବେ ଋଣ କିପରି ପରିଶୋଧ କରିବେ, ସେନେଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ କାର୍‌ ଚାଳକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button