ପରିବେଶକୁ ସୁସ୍ଥ, ସୁନ୍ଦର ଓ ସବୁଜରଖିବା ପାଇଁ ଇକୋ-ଫ୍ରେଣ୍ଡ୍ଲି ଲାଇଫ୍ ଷ୍ଟାଇଲ୍ ବା ପରିବେଶ ଅନୁକୂଳ ଜୀବନଶୈଳୀ ଅାପଣାଇବା ଆଜିର ଆବଶ୍ୟକତା। ଆମର ଦୈନନ୍ଦିନ ଜୀବନରେ କିଛି ଛୋଟ ଛୋଟ ଅଭ୍ୟାସ ପରିବେଶ ସୁରକ୍ଷାରେ ବଡ଼ ଭୂମିକା ନେଇପାରେ। ଜୀବନର କିଛି ଅଭ୍ୟାସକୁ ପରିବର୍ତ୍ତନ କଲେ ଆମେ ପରିବେଶକୁ ସୁରକ୍ଷିତ ରଖିପାରିବା।
l ପ୍ଲାଷ୍ଟିକ୍ର ଅତ୍ୟଧିକ ବ୍ୟବହାର ପରିବେଶ ପାଇଁ ବହୁତ କ୍ଷତିକାରକ। ସେଥିପାଇଁ ଆମେ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍ ବ୍ୟାଗ୍ ପରିବର୍ତ୍ତେ କପଡ଼ା ବ୍ୟାଗ୍ ବ୍ୟବହାର କରିବା ଉଚିତ। ଏହି ବ୍ୟାଗ୍ଗୁଡ଼ିକ ପୁନଃବ୍ୟବହାରଯୋଗ୍ୟ, ମଜଭୁତ ଏବଂ ପରିବେଶ ଅନୁକୂଳ ହୋଇଥାଏ।
l ଗଛ ଆମକୁ ଅମ୍ଳଜାନ ଦେଇଥାଏ ଏବଂ ପରିବେଶ ସନ୍ତୁଳନ ରକ୍ଷାକରି ପୃଥିବୀକୁ ସବୁଜ ରଖେ। ଏଥିପାଇଁ ପ୍ରତିବର୍ଷ ଅତି କମ୍ରେ ଗୋଟିଏ ଗଛ ଲଗାଇବା ଓ ତାହାର ଯତ୍ନ ନେବା ଉଚିତ।
l ଅନାବଶ୍ୟକ ସମୟରେ ଲାଇଟ୍, ପଙ୍ଖା ଓ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ଦ୍ୱାରା ବିଦ୍ୟୁତ୍ ସଞ୍ଚୟ ହୁଏ।
l ପାଣି ଅପଚୟ ନକରି ଆବଶ୍ୟକ ଅନୁସାରେ ବ୍ୟବହାର କରନ୍ତୁ।
l ସମ୍ଭବ ହେଲେ ସାଇକେଲ୍ କିମ୍ବା ସାର୍ବଜନୀନ ପରିବହନ ବ୍ୟବହାର କରନ୍ତୁ, ଯାହାଦ୍ବାରା ବାୟୁ ପ୍ରଦୂଷଣ ମାତ୍ରା କମିଯିବ।
l କାଗଜର ଅପଚୟ କମାଇବା ପାଇଁ ଉଭୟ ପଟେ ଲେଖିବା ଅଭ୍ୟାସ କରନ୍ତୁ।
l ଘରୋଇ ଅବଶିଷ୍ଟ ପଦାର୍ଥକୁ ଅଲଗା କରି ପୁନଃବ୍ୟବହାର ବା ରିସାଇକ୍ଲିଂ କରନ୍ତୁ।
l ରାସାୟନିକ ପଦାର୍ଥ ପରିବର୍ତ୍ତେ ପରିବେଶ ଅନୁକୂଳ ଉତ୍ପାଦ ବ୍ୟବହାର କରନ୍ତୁ।
l ନିକଟସ୍ଥ ସ୍ଥାନକୁ ଯିବା ପାଇଁ ପଦଯାତ୍ରା କରିବାର ଅଭ୍ୟାସ କରନ୍ତୁ।
l ପରିବେଶ ସୁରକ୍ଷା ବିଷୟରେ ଅନ୍ୟମାନଙ୍କୁ ସଚେତନ କରନ୍ତୁ।
ସୌଜନ୍ୟ ସମ୍ବାଦ

